ଟୋକିଓ: ବିଜୟ ଓ ପରାଜୟର ମିଶ୍ରିତ ଫଳାଫଳରୁ ଟୋକିଓ ଅଲମ୍ପିକ୍ସରେ ଭାରତ ଦ୍ବିତୀୟ ଦିନର ଯାତ୍ରା ଆରମ୍ଭ କରିଛି ।
ସୁଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ତୀରନ୍ଦାଜ ତାରକାଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ଚାଇନିଜ ତାଇପେଇ ଯୋଡିଙ୍କୁ ଏଲିମିନେଟର ରାଉଣ୍ଡ 1/8ରେ 5-3 ପଏଣ୍ଟ ବ୍ୟବଧାନରେ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।
ମିଶ୍ରିତ ଯୋଡି ମ୍ୟାଚ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ 1-3ରେ୍ ପଛୁଆ ରହିଥିଲେ । ମାତ୍ର ପରେ ଦମଦାର କମବ୍ୟାକ୍ ସହ କ୍ବାର୍ଟର ଟିକେଟ ହାତେଇଥିଲେ । ପ୍ରଦର୍ଶନକୁ ସୁଧାରିବା ରହ ଧ୍ୟାନ କେନ୍ଦ୍ରୀତ କରି ତୀରଚାଳନା କରିଥିଲେ ଦୁଇ ଭାରତୀୟ ଖେଳାଳି । ଫଳରେ 5-3ରେ ଅନ୍ତରରେ ଦମଦାର ବିଜୟ ମିଳିଥିଲା ।
ପରବର୍ତ୍ତୀ ରାଉଣ୍ଡରେ ଟୋକିଓରେ ଅଲମ୍ପିକ ଟେବ୍ୟୁ କରିଥିବା କୋରିଆ ଓ ବାଂଲାଦେଶ ମିଶ୍ରିତ ଯୋଡିଙ୍କୁ ଭେଟିବେ ଦୀପିକା ଓ ପ୍ରବୀଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ