ଟୋକିଓ: ଟୋକିଓ ଅଲମ୍ପିକ୍ସର ତୃତୀୟ ଦିନରେ ଭାରତକୁ କେବଳ ନିରାଶ ହେବାକୁ ପଡ଼ିଛି । ଏହାପରେ ଭାରତର ନଜର ପୁଣି ଅଲମ୍ପିକ୍ସର ଚତୁର୍ଥ ଦିନ ଉପରେ ରହିଛି । ଚତୁର୍ଥ ଦିନରେ ମଧ୍ୟ ଭାରତ ପଦକ ପାଇଁ ସୁଟିଂ ଇଭେଣ୍ଟ ଉପରେ ନଜର ବୁଲାଇବ । ସୁଟର ଅଙ୍ଗଦ ବୀର ସିଂହ ଓ ମୈରାଜ ଅହମ୍ମଦ ସୁଟିଂର ସ୍କିଟିଂ ଇଭେଣ୍ଟରେ ନିଜ ପରାକାଷ୍ଠା ଦେଖାଇବେ । ସୋମବାର ସକାଳ ୬.୩୦ ମିନିଟରେ ଏହି ଇଭେଣ୍ଟ ଆରମ୍ଭ ହେବ ।
ଟୋକିଓ ଅଲମ୍ପିକ୍ସର ପ୍ରଥମ ୩ ଦିନରେ ଭାରତକୁ ନିରାଶ ହେବାକୁ ପଡ଼ିଛି । ସୁଟିଂ ଇଭେଣ୍ଟରୁ ଭାରତକୁ ପଦକ ମିଳିବା ଆଶା ରହିଥିଲା । ତେବେ ଏହି ଆଶା ଏବେ ଅଙ୍ଗଦ ବୀର ସିଂହ ଓ ମୈରାଜ ଅହମ୍ମଦଙ୍କ ଉପରେ ରହିଛି । ଏୟାର ରାଇଫଲ ସୁଟିଂରେ ଭାରତ କୌଣସି ପଦକ ହାସଲ କରି ପାରିନାହିଁ । ଜୁଲାଇ ୨୬ ତାରଖ ଟୋକିଓ ଅଲମ୍ପିକ୍ସର ଚତୁର୍ଥ ଦିନ ହେବ । ନଜର ପକାନ୍ତୁ ଚତୁର୍ଥ ଦିନରେ କେଉଁ ଭାରତୀୟ ଆଥଲେଟ କେଉଁ ଇଭେଣ୍ଟରେ ଭାଗ ନେବେ ।
ଫେନ୍ସିଂ
- ସକାଳ ୫.୩୦ମିନିଟରେ ଫେନ୍ସିଂ ଇଭେଣ୍ଟର ମହିଳା ବିଭାଗର ଏକକ ବର୍ଗରେ ଭାରତୀୟ ଆଥଲେଟ ଭବାନୀ ଦେବୀ ଓ ବେନ୍ ଅଜିଜିଙ୍କ ମଧ୍ୟରେ ହେବ ମୁକାବିଲା ।
ତୀରନ୍ଦାଜ
- ସକାଳ ୬ଟା ବେଳେ ପୁରୁଷ ବିଭାଗ ତୀରନ୍ଦାଜ ଇଭେଣ୍ଟର ଏଲିମିନେଟର୍ସରେ ଅତନୁ ଦାସ, ପ୍ରବୀଣ ଯାଦବ, ତରୁଣଦୀପ ରାୟଙ୍କୁ ଦେଖିବାକୁ ମିଳିବ ।
ସୁଟିଂ
- ସକାଳ ୬.୩୦ ମିନିଟରେ ସୁଟିଂ ସ୍କିଟିଂ ଇଭେଣ୍ଟରେ ମୈରାଜ ଅହମ୍ମଦ ଖାନ ଓ ଅଙ୍ଗଦ ବୀର ସିଂହ ଜାଜବା ପ୍ରତିଦ୍ବନ୍ଦିତା କରିବେ ।
ଟେବୁଲ ଟେନିସ
- ସକାଳ ୬.୩୦ମିନିଟରେ ପୁରୁଷ ବିଭାଗ ଟେବୁଲ ଟେନିସର ତୃତୀୟ ରାଉଣ୍ଡରେ ଶରତ କମଲ ଓ ଟିଆଗୋ ଓପୋଲୋନିୟାଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।
- ସକାଳ ୮.୩୦ ମିନିଟରେ ମହିଳା ବିଭାଗରେ ଟେବୁଲ ଟେନିସର ଦ୍ବିତୀୟ ରାଉଣ୍ଡରେ ସୁତିର୍ଥା ମୁଖାର୍ଜୀଙ୍କୁ ଭେଟିବେ ଫୁ ୟୁ ।
ସେଲିଂ
- ସକାଳ ୮.୩୫ ମିନିଟରେ ସେଲିଂର ଏକକ ବର୍ଗର ଦ୍ବିତୀୟ ରାଉଣ୍ଡରେ ପସର୍ନ ଡିଂଘେଙ୍କୁ ଦେଖିବାକୁ ମିଳିବ ।
ବ୍ୟାଡମିଣ୍ଟନ
- ସକାଳ ୯.୧୦ ମିନିଟରେ ଗ୍ରୁପ ଏ ପୁରୁଷ ବିଭାଗ ଡବଲ୍ସରେ ସାତ୍ବିକ ସାଇରାଜ୍ ରିଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରତିଦ୍ବନ୍ଦିତା କରିବେ ।