ଟୋକିଓ:ଆଜି ଟୋକିଓ ଅଲିମ୍ପିକ୍ସରେ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ମହିଳା ୧୦୦ମିଟର ଇଭେଣ୍ଟରେ ଟ୍ରାକକୁ ଓହ୍ଲାଇବେ ଭାରତୀୟ ଷ୍ଟାର ଧାବିକା ତଥା ଓଡିଶାର ଧାବିକା ଦୂତୀ ଚାନ୍ଦ । ପ୍ରଥମେ ୩ଟି ପ୍ରିଲିମିନାରି ରାଉଣ୍ଡ ଅନୁଷ୍ଠିତ ହେବ । ଏହାପରେ କେଉଁ ହିଟରେ କେଉଁ ପ୍ରତିଯୋଗୀ ଭାଗ ନେବେ ତାହା ସ୍ପଷ୍ଟ ହେବ ।
ଟୋକିଓ ଟ୍ରାକରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୂତୀ । ପ୍ରିଲିମିନାରୀ ରାଉଣ୍ଡ ପରେ ପ୍ରଥମ ହିଟ ଆରମ୍ଭ ହେବ । ଦୂତୀଙ୍କ ଉପରେ ସମସ୍ତ ଓଡିଶା ଓ ଭାରତର ନଜର ରହିଛି । ଓଡିଶାବାସୀଙ୍କ ସମ୍ମାନକୁ ଦ୍ବିଗୁଣିତ କରିବାକୁ ଟୋକିଓ ଟ୍ରାକରେ ଦକ୍ଷତା ପ୍ରଦର୍ଶନ କରିବେ । ଏକମାତ୍ର ଓଡିଆ ଟ୍ରାକ ଆଥଲେଟ ଭାବେ ସେ ଦ୍ବିତୀୟ ଥର ପାଇଁ ଅଲମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ୨୦୧୬ର ରିଓରେ ଭାଗ ନେଇଥିଲେ ।