ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳର ବିଜୟ ଧାରା ଜାରି । ଗୁରୁବାର ଆୟୋଜିତ OI ହକି ଷ୍ଟାଡିୟମରେ ଆର୍ଜେଣ୍ଟିନାକୁ 3-1 ରେ ପରାସ୍ତ କରି ସିଧା କ୍ବାଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ହକି ଦଳ ।
ବିଶେଷକରି ମ୍ୟାଚର ପ୍ରଥମ ଦୁଇ କ୍ୱାର୍ଟରର(ହାଲ୍ଫ ଟାଇମ)ରେ ଏକ ଚମତ୍କାର ଦେଖିବାକୁ ମିଳିଥିଲା । ଅଧିନାୟକ ହରମନପ୍ରୀତ ସିଂ ମ୍ୟାଚର 23 ମିନିଟ ସୁଦ୍ଧା ଗୋଲରୁ ବଞ୍ଚିତ ହୋଇଥିଲେ । ଖେଳର ହାଲ୍ଫ ଟାଇମ୍ ସୁଦ୍ଧା ଉଭୟ ଦେଶ କୌଣସି ଗୋଲ୍ କରିପାରିନଥିଲା ।