ଓଡିଶା

odisha

ETV Bharat / sports

Tokyo Olympics: ଜାଣନ୍ତୁ ଆଜି ଭାରତର ଇଭେଣ୍ଟ - ଆସନ୍ତାକାଲି ଭାରତର ଇଭେଣ୍ଟ

ମଙ୍ଗଳବାର ଭାରତ କେଉଁ କେଉଁ ଇଭେଣ୍ଟରେ ଭାଗ ନେବ ଜାଣନ୍ତୁ କାର୍ଯ୍ୟସୂଚୀ...

Tokyo Olympics, Tokyo Olympics day 5 schedule for india, day 5 schedule for india, ଆସନ୍ତାକାଲି ଭାରତର ଇଭେଣ୍ଟ, ଟୋକିଓ ଅଲମ୍ପିକ ୫ମ ଦିନ
Tokyo Olympics: ଆସନ୍ତାକାଲି ଭାରତର ଇଭେଣ୍ଟ

By

Published : Jul 26, 2021, 10:38 PM IST

Updated : Jul 27, 2021, 6:33 AM IST

ଟୋକିଓ: ଟୋକିଓ ଅଲମ୍ପିକର ଚତୁର୍ଥ ଦିନରେ ଭାରତର ଆରମ୍ଭ ଭଲ ଥିଲା । ଖଡ୍ଗଯୁଦ୍ଧ ଓ ତୀରନ୍ଦାଜୀରେ ବିଜୟ ମିଳିଥିଲା । ଖଡ୍ଗଯୁଦ୍ଧରେ ଭାରତର ଭବାନୀ ଦେବୀ ଟ୍ୟୁନିଶିଆର ନାଦିଆ ବେନ ଅଜିଜିଙ୍କୁ ପରାସ୍ତ କରିଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସେ ପରାସ୍ତ ହୋଇଥିଲେ । ତାଙ୍କର ଅଲମ୍ପିକ ଅଭିଯାନ ଶେଷ ହୋଇଥିଲା । ସେପଟେ ତିରନ୍ଦାଜୀରେ ଭାରତୀୟ ପୁରୁଷ ଟିମ କାଜଖିସ୍ତାନକୁ ୬-୨ ରେ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ କ୍ବାର୍ଟର ଫାଇନାଲରେ କୋରିଆ ଠାରୁ ୬-୦ରେ ପରାଜିତ ହୋଇ ଭାରତୀୟ ଟିମର ଅଭିଯାନର ଅନ୍ତ ହୋଇଥିଲା ।

ତେବେ ଆଜି ମଙ୍ଗଳବାର ଭାରତ କେଉଁ କେଉଁ ଇଭେଣ୍ଟରେ ଭାଗନେବ ଜାଣନ୍ତୁ କାର୍ଯ୍ୟସୂଚୀ:-

  • ସକାଳ ୫.୩୦- ସୁଟିଙ୍ଗ (୧୦ ମିଟର ଏୟାର ପିଷ୍ଟଲ ମିଶ୍ରିତ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ-୧)- ମନୁଭାକର/ ସୌରଭ ଚୌଧରୀ, ୟଶସ୍ବିନୀ ଦେଶୱାଲ/ଅଭିଶେଖ ବର୍ମା
  • ସକାଳ ୬.୧୫- ସୁଟିଙ୍ଗ (୧୦ ମିଟର ଏୟାର ପିଷ୍ଟଲ ମିଶ୍ରିତ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ-୨)
  • ସକାଳ ୭.୩୦- ସୁଟିଙ୍ଗ (୧୦ ମିଟର ଏୟାର ପିଷ୍ଟଲ ମିଶ୍ରିତ ଟିମ୍‌)- କାଂଶ୍ୟ ପଦକ ମ୍ୟାଚ
  • ସକାଳ ୮.୦୭- ସୁଟିଙ୍ଗ (୧୦ ମିଟର ଏୟାର ପିଷ୍ଟଲ ମିଶ୍ରିତ ଟିମ୍‌) ସ୍ବର୍ଣ୍ଣ ପଦକ ମ୍ୟାଚ
  • ସକାଳ ୮.୩୦- ବ୍ୟାଡମିଣ୍ଟନ- ସ୍ବସ୍ତିକସାଇରାଜ ରଙ୍କିରେଡ୍ଡି ଓ ଚିରାଗ ଶେଟ୍ଟି ବନାମ ବେନ ଲାନେ ଓ ସିନ ଭେଣ୍ଡି
  • ସକାଳ ୮.୩୦- ଟେବୁଲ ଟେନିସ (ପୁରୁଷ ଏକକ ବର୍ଗ ତୃତୀୟ ପର୍ଯ୍ୟାୟ)- ଶରତ ବର୍ମା ବନାମ ମା ଲଙ୍ଗ
  • ସକାଳ ୮.୩୫- ନୌଚାଳନା- ବିଭିନ୍ନ ରେସରେ ଭାଗନେବେ ନେତ୍ରା, ବିଷ୍ଣୁ, କେସି ଗଣପତି ଓ ବରୁଣ ଠକ୍କର
  • ସକାଳ ୯.୪୫- ସୁଟିଙ୍ଗ (୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ-୧)- ଅଞ୍ଜୁମ ମୁଦଗଲ/ ଦୀପକ କୁମାର, ଏଲାଭେନିଲ ଭେଲାରିଭାନ/ ଦିବ୍ୟାଶଂ ପନୱର
  • ସକାଳ ୧୦.୩୦- ସୁଟିଙ୍ଗ (୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ-୨)
  • ସକାଳ ୧୦.୫୭- ବକ୍ସିଂ (ରାଉଣ୍ଡ ଅଫ୍‌ ୧୬)- ଲଭଲିନା ବର୍ଗୋହେନ ବନାମ ନାଦିନେ ଏପ୍ଟଜ୍‌
  • ଦିନ ୧୧.୪୫- ସୁଟିଙ୍ଗ (୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ୍‌) - କାଂଶ୍ୟ ପଦକ ମ୍ୟାଚ
  • ମଧ୍ୟାହ୍ନ ୧୨.୨୨- ସୁଟିଙ୍ଗ (୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ୍‌) ସ୍ବର୍ଣ୍ଣ ପଦକ ମ୍ୟାଚ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2021, 6:33 AM IST

ABOUT THE AUTHOR

...view details