ଟୋକିଓ:ଭେଟେରାନ ଭାରତୀୟ ଟେବୁଲ ଟେନିସ ଖେଳାଳି ସରଥ କମଲଙ୍କ ବିଜୟ ଅଭିଯାନ ଜାରି। ଟୋକିଓ ଅଲମ୍ପିକ ରାଉଣ୍ଡ 2 ପୁରୁଷ ଏକକ ମ୍ୟାଚ୍ରେ ପର୍ତ୍ତୁଗାଲ ଖେଳାଳି ଟିଆଗୋ ଆପୋଲୋନିଆଙ୍କୁ 4-2ରେ ହରାଇଛନ୍ତି ।
ମ୍ୟାଚ ଆରମ୍ଭରୁ ସରଥଙ୍କୁ ବଡ ଝଟକା ଲାଗିଥିଲା ଯେତେବେଳେ ସେ ପ୍ରଥମ ସେଟ୍ରେ 2-11ର ବଡ ବ୍ୟବଧାନରେ ପରାଜୟ ମିଳିଥିଲା । ପ୍ରତିପକ୍ଷ ପର୍ତ୍ତୁଗୀର୍ଜ ଖେଳାଳିଙ୍କ ଆକ୍ରମଣାତ୍ମକ ଅନ୍ଦାଜ, ଚମତ୍କାର ସ୍ମାସ୍ ଓ ଅବିଶ୍ବସନୀୟ ବ୍ୟାକ୍ହ୍ୟାଣ୍ଡ୍ ସ୍ଳାଇଡ୍ସ ଦେଖିବାକୁ ମଳିଥିଲା ।
ମାତ୍ର ପରବର୍ତ୍ତୀ ଦୁଇଟି ରାଉଣ୍ଡରେ ଜବରଦସ୍ତ କମବ୍ୟାକ କରିଥିଲେ ଭେଟେରାନ ଭାରତୀୟ ଖେଳାଳି । 49 ମିନିଟ ମଧ୍ୟରେ ପର୍ତ୍ତୁଗୀଜ ପ୍ରତିଦ୍ବନ୍ଦ୍ବୀଙ୍କୁ 11-8, 11-5 ରେ ମାତ୍ ଦେଇଥିଲେ ।
ଚତୁର୍ଥ ସେଟ୍ ବେଶ୍ ରୋମାଞ୍ଚକର ହୋଇଥିଲା ଓ ଉଭୟ ଖେଳାଳିଙ୍କ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ମାତ୍ର ସରଥ 9-11ରେ ପୁନଃ ହାରିଯାଇଥିଲେ । ତେବେ ବିଶ୍ବ ମାନ୍ୟତାର 32ତମ ସ୍ଥାନରେ ଥିବା ସରଥ, ପଞ୍ଚମ ସେଟ୍କୁ 11-6ରେ ସହଜରେ ଜିତିନେଇଥିଲେ । ପରେ ଷଷ୍ଠ ତଥା ନିର୍ଣ୍ଣାୟକ ସେଟ୍ରେ ମଧ୍ୟ ତାଙ୍କୁ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଠାରୁ କଡା ଟକ୍କର ମିଳିଥିଲା । ମାତ୍ର 11-9ରେ ଚମତ୍କାର ବିଜୟ ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ସରଥ କମଲ ।
ଭାରତୀୟ ଶୀର୍ଷ ମାନ୍ୟତା ଖେଳାଳି ମନିକା ବାତ୍ରା ଓ ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କ ମଧ୍ୟରେ ଅପରାହ୍ନରେ ତୃତୀୟ ରାଉଣ୍ଡ ମ୍ୟାଚ୍ ଖେଳାଯିବ ।
ଅନ୍ୟପଟେ ଜି ସାଥିୟାନ ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡରେ ପରାଜୟ ସହ ପ୍ରତିଯୋଗିତାତୁ ବାଦ୍ ପଡିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ