ଓଡିଶା

odisha

By

Published : Jul 26, 2021, 12:20 PM IST

ETV Bharat / sports

Tokyo Olympics, Day 4: ସ୍କିଟ୍‌ ସୁଟିଂରେ ଭାରତ ନିରାଶ

ପୁରୁଷ ସ୍କିଟ୍‌ ଯୋଗ୍ୟତା ପର୍ଯ୍ୟାୟରେ ସୋମବାର ଅଙ୍ଗଦ 12-125 ସ୍କୋର ସହ18ତମ ଓ ମାଇରାଜ 117-125 ସ୍କୋର ସହ 25ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 4: Mairaj Ahmad Khan, Vir Singh Bajwa fail to qualify for final
Tokyo Olympics, Day 4: ସ୍କିଟ୍‌ ସୁଟିଂରେ ଭାରତ ନିରାଶ

ଟୋକିଓ: ଭାରତୀୟ ଷ୍ଟାର ସୁଟର ଅଙ୍ଗଦ ବୀର ସିଂହ ବଜୱା ଓ ମାଇରାଜ ଅହମ୍ମଦ ଖାନ ପଦକ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍‌ର ପୁରୁଷ ସ୍କିଟ୍‌ ଯୋଗ୍ୟତା ପର୍ଯ୍ୟାୟରେ ସୋମବାର ଅଙ୍ଗଦ 12-125 ସ୍କୋର ସହ 18ତମ ଓ ମାଇରାଜ 117-125 ସ୍କୋର ସହ 25ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି ।

ସ୍ଥାନୀୟ ଆସାକା ସୁଟିଂ ରେଞ୍ଜରେ ଏହି ପ୍ରତିଯୋଗିତା ଖେଳାଯାଇଥିଲା । 5ଟି ସିରିଜରେ 125ଟି ପ୍ରୟାସରେ 120 ପଏଣ୍ଟ ହାସଲ କରିଥିଲେ ଅଙ୍ଗଦବୀର ବଜୱା । ସେହିପରି ମାଇରାଜ ଅହମ୍ମଦ ଖାନ 117 ପଏଣ୍ଟ ହାସଲ କରିଥିଲେ । ଶୀର୍ଷ 6 ଜଣ ପ୍ରତିଯୋଗୀ ଫାଇନାଲକୁ ଉନ୍ନୀତ ହେବେ, ଯେଉଁଠାରେ ସେମାନଙ୍କୁ 60 ଟାର୍ଗେଟ ସୁଟ୍‌ କରିବାକୁ ହେବ ।

ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ଦିନରେ, ବଜୱାଙ୍କ ଆରମ୍ଭ ଭଲ ରହିନଥିଲା । ରାଉଣ୍ଡ 4ରେ ସେ ଦୁଇଟି ଟାର୍ଗେଟ ମିସ୍ କରିଥିଲେ । ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବା ସହ ଶୀର୍ଷ 15ରୁ ବାହାରକୁ ନେଇଯାଇଥିଲା । ପ୍ରଥମ ଦିନରେ ଅଙ୍ଗଦ ଭଲ ପ୍ରଦର୍ଶନ କରିଥିଲେ ଓ 3ଟି ରାଉଣ୍ଡରେ ଟାର୍ଗେଟ 75 ହାସଲ କରି ଶୀର୍ଷ 6 ଫାଇନାଲ ସ୍ଥାନ ମଧ୍ୟରେ ରହିଥିଲେ । ପ୍ରଥମ 3ଟି ସିରିଜରେ ସେ 25, 24, 24 ସ୍କୋର କରିଥିଲେ ।

ଅନ୍ୟପଟେ ମାଇରାଜ ଅହମ୍ମଦ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ପ୍ରଥମ ଦୁଇଟି ସିରିଜରେ ପରଫେକ୍ଟ 25 ଓ 24 ପ୍ରଦର୍ଶନ କରିବା ପରେ ରାଉଣ୍ଡ 4ରେ 23 ସ୍କୋର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details