ଟୋକିଓ: ଅଲମ୍ପିକର ତୃତୀୟ ଦିନରେ ରୋଇଂ ଇଭେଣ୍ଟରୁ ଆସିଛି ଖୁସି ଖବର । ଦୁଇ ଯୁବ ଭାରତୀୟ ରୋଇଂ ଷ୍ଟାର ଅର୍ଜୁନ ଲାଲ ଜାଟ୍ ଓ ଅରବିନ୍ଦ ସିଂହ ଜବରଦସ୍ତ ପ୍ରଦର୍ଶନ କରିବା ସହ ତୃତୀୟ ସ୍ଥାନରେ ରହିଛନ୍ତି । ଫଳରେ ଟୋକିଓ ଅଲମ୍ପିକ୍ରେ ପୁରୁଷ ଲାଇଟୱେଟ୍ ଯୁଗଳ ସ୍କଲ୍ସ ରପଚେଜ୍ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ପୋଲାଣ୍ଡର ଜର୍ଜି କୋୱାଲସକି ଓ ଅର୍ଥର ମିକୋଲାଜସୱସକି ଯୋଡି 6:43.44 ସମୟରେ ପହଞ୍ଚି ତାଲିକାର ଶୀର୍ଷ ସ୍ଥାନରେ ରହିଥିଲେ । ପରେ ସ୍ପାନିସ ଯୋଡି ହୋର୍ଟା ପୋମ୍ବୋ ଓ ମାନେଲ ବାଲାଷ୍ଟେଗୁଇ ୬:୪୫.୭୧ ସମୟରେ ପହଞ୍ଚିଥିଲେ ।