ଟୋକିଓ: ସୁଟିଂରେ ଭାରତକୁ ମିଳିପାରେ ପ୍ରଥମ ପଦକ । ଯୁବ ସୁଟିଂ ଷ୍ଟାର ସୌରଭ ଚୌଧୁରୀ ପୁରୁଷ 10 ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ 586 ପଏଣ୍ଟ ସହ ଅଲମ୍ପିକ ରେକର୍ଡ କରିବାରେ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଏହି ଦମଦାର ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଛନ୍ତି ସୌରଭ ।
ଅନ୍ୟପଟେ ଅଭିଶେକ ବର୍ମା ଆରମ୍ଭରୁ ଖରାପ ପ୍ରଦର୍ଶନ ପରେ ଅପେକ୍ଷାକୃତ ଭଲ କରି ଶୀର୍ଷ 6 ସ୍ଥାନ ମଧ୍ୟରେ ରହିଥିଲେ । ତେବେ ଫାଇନାଲ ସିରିଜରେ 17ତମ ସ୍ଥାନକୁ ଖସିବା ସହ ପ୍ରତିଯୋଗିତାରୁ ବାଦ ପଡିଛନ୍ତି । ସେ 575 ପଏଣ୍ଟ ହାସଲ କରିଥିଲେ ।