ଓଡିଶା

odisha

Tokyo Olympics, Day 2: ଟେବୁଲ ଟେନିସରେ ମଉଳିଲା ଭାରତର ମେଡାଲ ଆଶା

By

Published : Jul 24, 2021, 10:18 AM IST

ତୃତୀୟ ପେନଲ୍‌ଟମେଟ୍‌ ସେଟ୍‌ରେ 5-11 ପରାଜୟ ମିଳିଥିଲା । ଏଥିସହ ମେଡାଲ ସ୍ବପ୍ନ ମଉଳିଯାଉଥିଲା । ଅଧିକ ପଢନ୍ତୁ...

Tokyo Olympics, Day 2: India loses medal hope in TT Mixed Doubles as Sharath-Manika face crushing defeat against Chinese Taipei
Tokyo Olympics, Day 2: ଟେବୁଲ ଟେନିସରେ ମଉଳିଲା ଭାରତର ମେଡାଲ ଆଶା

ଟୋକିଓ:ଟେବୁଲ ଟେନିସ ଇଭେଣ୍ଟରେ ଭାରତର ପଦକ ଆଶା ଧୂଳିସାତ୍‌ । ଅଲମ୍ପିକ୍‌ର ଦ୍ବିତୀୟ ଦିନର ଖେଳ ଜାରି ରହିଥିବାବେଳେ,‌ ଭାରତ ଭାରତୀୟ ଟେବୁଲ ଟେନିସ ମିଶ୍ରିତ ଯୋଡି ସରଥ କମଲ ଓ ମନିକା ବାତ୍ରା ଶନିବାର ରାଉଣ୍ଡ 16ର ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି ।

ଚାଇନିଜ ତାଇପେଇ ଯୋଡିଙ୍କ ଠାରୁ ହାରିବା ସହ ପ୍ରତିଯୋଗିତାରୁ ବାହାର ହୋଇଯାଇଛନ୍ତି । ଫଳରେ ଏହି ଇଭେଣ୍ଟରେ ଭାରତର ଏକମାତ୍ର ପଦକ ଆଶା ଶେଷ ହୋଇଛି ।

ମନିକା ଓ ସରଥଙ୍କୁ ତୃତୀୟ ପେନଲ୍‌ଟମେଟ୍‌ ସେଟ୍‌ରେ 5-11 ପରାଜୟ ମିଳିଥିଲା । ଏଥିସହ ମେଡାଲ ସ୍ବପ୍ନ ମଉଳିଯାଉଥିଲା ।

ଉଭୟ ଭାରତୀୟ ଖେଳାଳିଙ୍କ ଆରମ୍ଭ ଭଲ ହୋଇନଥିଲା । ମ୍ୟାଚ୍‌ ଆଗକୁ ବଢିବାପରେ ଉଭୟ ଏହାକୁ ଭରଣା କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଓ ପ୍ରତି ସେଟ୍‌ରେ ପଛରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details