ଟୋକିଓ:ତୀରନ୍ଦାଜ ମିଶ୍ରିତ ଯୁଗଳ ଇଭେଣ୍ଟରେ ଭାରତ ପଦକ ଦୌଡରୁ ବାହାର । ଶନିବାର ଟୋକିଓ ଅଲମ୍ପିକ୍ର ତୀରନ୍ଦାଜ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ କୋରିଆ ଖେଳାଳୀଙ୍କୁ ଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ।
ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକାଠି ଖେଳିଥିବା ଦୀପିକା ଓ ପ୍ରବୀଣ କୋରିଆ ଯୋଡିଙ୍କ ଠାରୁ 2-6ରେ ପରାସ୍ତ ହୋଇଛନ୍ତି । ତୀରନ୍ଦାଜ ମିଶ୍ରିତ ଇଭେଣ୍ଟରେ ଭାରତର ପଦକ ଆଶା ସର୍ବାଧିକ ରହିଥିଲା ।
ବିଶ୍ବ ନମ୍ବର 1 ଦୀପିକା ନିଜର 8ଟି ତୀରରେ ଗୋଟିଏ ସିଙ୍ଗ୍ଲ ଫରଫେକ୍ଟ ଟେନ୍ ହାସଲ କରିବାରେ ଫେଲ୍ ମାରିଥିଲେ । ଅଲମ୍ପିକ ଡେବ୍ୟୁ କରିଥିବା ପ୍ରବୀଣ 3ଟି ପରଫେକ୍ଟ 10 ପରେ ଗୁରୁତ୍ବପୂର୍ଣ୍ଣ ଚତୁର୍ଥ ସେଟ୍ରେ 6ଟି ପ୍ରୟାସ ସନ୍ତୋଷଜନକ ହୋଇନଥିଲା । ଏପରିକି ଭାରତୀୟ ଯୋଡି ପ୍ରଥମ ସେଟ୍ରେ ଗୋଟିଏ ସିଙ୍ଗ୍ଲ 10 ଲକ୍ଷ୍ୟ ଭେଦ କରିପାରିନଥିଲେ ।