ଟୋକିଓ:ଚଳିତ ଟୋକିଓ ଅଲମ୍ପିକ୍ରେ ଭାରତ ପାଇଁ ଶନିବାର ଗୁରୁତ୍ବପୂର୍ଣ୍ଣ ଦିନ ରହିଛି । ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଶନିବାର ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଣ୍ଟର ସେମିଫାଇନାଲ ମ୍ୟାଚ ଖେଳିବେ । ଏହି ମ୍ୟାଚରେ ସିନ୍ଧୁଙ୍କ ବିଜୟ ସହିତ ଭାରତକୁ ଆଉ ଏକ ପଦକ ମିଳିବା ନିଶ୍ଚିନ୍ତ ହେବ ।
ଶୁକ୍ରବାର ସିନ୍ଧୁ କ୍ବାର୍ଟର ଫାଇନାଲ ମୁକାବିଲାରେ ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ଦୁଇଟି ସେଟ୍ରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।