ମୁମ୍ବାଇ: ଭାରତୀୟ ଅଲମ୍ପିଆନଙ୍କ ପାଇଁ ଦେଶର ପ୍ରତିଷ୍ଠିତ ମୋଟର କମ୍ପାନୀ ଟାଟା ମୋଟର୍ସର ବଡ ଘୋଷଣା । ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍ରେ ଅଳ୍ପକେ ବ୍ରୋଞ୍ଜ ପଦକ ବିଜୟରୁ ବଞ୍ଚିତ ହୋଇଥିବା ପ୍ରତ୍ୟେକ ଭାରତୀୟ ଆଥଲେଟ୍ଙ୍କୁ ଏକ ଆରାମଦାୟକ ଅଲଟ୍ରୋଜ୍ କାର୍ ଉପହାର ଦେବ କମ୍ପାନୀ ।
କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଉଲ୍ଲେଖ ରହିଛି, "ଏହି ଖେଳାଳିମାନେ ଅଲମ୍ପିକ୍ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି ଓ ସ୍ବର୍ଣ୍ଣିମ ସ୍ତର ସୃଷ୍ଟି କରିଛନ୍ତି । ଏଥିସହ ଅନେକ ଯୁବ କ୍ରୀଡାବିତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ।"