ଟୋକିଓ: Tokyo Olympics ରେ ଶେଷ ହୋଇଛି ଷଷ୍ଠ ଦିନର ଖେଳ । ଏପର୍ଯ୍ୟନ୍ତ ଗୋଟିଏ ରୌପ୍ୟ ପଦକକୁ ଛାଡ଼ି ଆଉ କୌଣସି ଉପଲବ୍ଧି ଭାରତ ହାତକୁ ଆସି ନାହିଁ । ତେବେ ଖେଳର ଷଷ୍ଠ ଦିନରେ କିଛିଟା ଭଲ ପ୍ରଦର୍ଶନ ବକ୍ସିଂ, ତୀରନ୍ଦାଜୀ ଓ ବ୍ୟାଡମିଣ୍ଟନରେ ଦେଖିବାକୁ ମିଳିଥିଲା । ଯାହାପରେ ପଦକ ଆଶାରେ ରହିଛନ୍ତି ଦେଶବାସୀ । ଗୁରୁବାର ଭାରତୀୟ ଆଥଲେଟଙ୍କ ଉପରେ ପୁଣି ରହିବ ନଜର ।
ତେବେ ଆସନ୍ତୁ ଜାଣିବା ଗୁରୁବାର ଭାରତର ରହିଛି କେଉଁ କେଉଁ ଇଭେଣ୍ଟ ଓ କେଉଁ ଭାରତୀୟ ଖେଳାଳିଙ୍କ ଉପରେ ରହିବ ଦେଶବାସୀଙ୍କ ଫୋକସ ।
ରୋଇଂ(ପୁରୁଷ): ଡବଲ୍ସ ସ୍କଲ ଫାଇନାଲ-B, ଅର୍ଜୁନ ଲାଲ ଜଟ ଓ ଅରବିନ୍ଦ ସିଂହ
ଭାରତୀୟ ସମୟ ସକାଳ ୫.୨୦ ମିନିଟରେ ଆରମ୍ଭ ହେବ ମ୍ୟାଚ ।
ଗଲ୍ଫ(ପୁରୁଷ): ପ୍ରଥମ ପର୍ଯ୍ୟାୟ, ଅନିର୍ବାନ ଲେହରୀ
ଭାରତୀୟ ସମୟ ସକାଳ ୫.୨୨ ମିନିଟରେ ହେବ ଆରମ୍ଭ ।
ଶୁଟିଂ(ମହିଳା ): ୨୫ ମିଟର ପିଷ୍ଟଲ କ୍ବାଲିଫାୟର, ରାହି ସରନୋବତ, ମନୁ ଭାକର
ଭାରତୀୟ ସମୟ ସକାଳ ୫.୩୦ ରୁ ଆରମ୍ଭ ।
ହକି (ପୁରୁଷ): ଭାରତ ବନାମ ଆର୍ଜେଣ୍ଟିନା (ପୁଲ-ଏ)
ଭାରତୀୟ ସମୟ ସକାଳ ୬.୦୦ ଟାରୁ ମ୍ୟାଚ ଆରମ୍ଭ ।
ବ୍ୟାଡମିଣ୍ଟନ(ମହିଳା): ଏକକ ବର୍ଗ ରାଉଣ୍ଡ ଅଫ୍ ୧୬, ପିଭି ସିନ୍ଧୁ
ଭାରତୀୟ ସମୟ ସକାଳ ୬.୧୫ ମିନିଟରୁ ଆରମ୍ଭ ହେବ ।
ତୀରନ୍ଦାଜୀ(ପୁରୁଷ): ବ୍ୟକ୍ତିଗତ ୧/୩୨ ଏଲିମିନେଶନ, ଅତନୁ ଦାସ