ଟୋକିଓ:"ସଫଳତାର ସହ ଟୋକିଓ ଅଲମ୍ପିକ ଗେମ୍ସ ଆୟୋଜନ ଯୋଗୁଁ ସାରା ବିଶ୍ବକୁ ଏକ ନୂଆ ଆଶା ମିଳିଛି ।" ଏହା କହିଛନ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସଭାପତି ଥୋମାସ ବ୍ୟାଚ୍ । ଟୋକିଓ ଅଲମ୍ପିକ୍ ଉଦଯାପନୀ ସମାରୋହ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଥୋମାସ ବ୍ୟାଚ୍ । ଏଥିରେ ସେ ଟୋକିଓ ଅଲମ୍ପିକ ଆୟୋଜନକୁ ନେଇ ଖୁସି ଜାହିର କରିଛନ୍ତି ।
ସାମ୍ବାଦିକ ସମ୍ମଳନୀରେ ଥୋମାସ କହିଛନ୍ତି ଯେ, "ମୁଁ ଭାବୁଛି ଟୋକିଓ ଅଲମ୍ପିକ ଆୟୋଜନ ପାଇଁ ଏହା ପ୍ରକୃଷ୍ଟ ସମୟ ଥିଲା । ଉଭୟ ଆଥଲେଟ ଓ କ୍ରୀଡ଼ା ପ୍ରଶଂସକ ଏଥିରେ ମସଗୁଲ ରହିଥିଲେ । କୋଭିଡ ମହାମାରୀ ସମୟରେ କେବଳ ଖେଳାଳିମାନଙ୍କ ପାଇଁ ନୁହେଁ ବରଂ ସାରା ବିଶ୍ବରୁ ଏକ ନୂଆ ଆଶା ଆତ୍ମବିଶ୍ୱାସ ଦେଇଛି ଏହି କ୍ରୀଡ଼ା ମହାକୁମ୍ଭ ।"