ଓଡିଶା

odisha

ETV Bharat / sports

ଯନ୍ତ୍ରଣା ସତ୍ତ୍ବେ ଅଲମ୍ପିକ୍ ପାଇଁ ଅଭ୍ୟାସ କରିଥିଲେ ବଜରଙ୍ଗ - ମ୍ୟାଟରୁ ଦୂରେଇବା ପ୍ରଭାବ ପକାଇଲା

ଟୋକିଓ ଅଲମ୍ପିକ୍ସ ଗେମ୍ସ ପୂର୍ବରୁ ୨୦ରୁ ୨୫ ଦିନ କୁସ୍ତି ମ୍ୟାଚରୁ ଦୂରେଇ ରହିବା ପ୍ରସ୍ତୁତି ଉପରେ ପ୍ରଭାବ ପକାଇଲା ବୋଲି କହିଛନ୍ତି ବଜରଙ୍ଗ ପୁନିଆ । ଅଧିକ ପଢ଼ନ୍ତୁ...

Staying away from mat for 20-25 days affected my Olympics preparations says Bajrang Punia
ଯନ୍ତ୍ରଣା ସତ୍ତ୍ବେ ଅଲମ୍ପିକ୍ ପାଇଁ ଅଭ୍ୟାସ କରିଥିଲେ ବଜରଙ୍ଗ

By

Published : Aug 8, 2021, 4:40 PM IST

ଟୋକିଓ: ଟୋକିଓ ଅଲମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ବିଶ୍ବସ୍ତରରେ ଗୌରବାନ୍ବିତ କରିଛନ୍ତି କୁସ୍ତି ଖେଳାଳି ବଜରଙ୍ଗ ପୁନିଆ । ତେବେ ଏହି ପଦକରେ ସେ ସନ୍ତୁଷ୍ଟ ନଥିବା କହିଛନ୍ତି । ଦେଶବାସୀ ତାଙ୍କଠାରୁ କିଛି ଅଧିକ ଆଶା କରୁଥିଲେ । ଟୋକିଓ ଅଲମ୍ପିକ୍ସ ଗେମ୍ସ ପୂର୍ବରୁ ୨୦ରୁ ୨୫ ଦିନ କୁସ୍ତି ମ୍ୟାଟରୁ ଦୂରେଇ ରହିବା ପ୍ରସ୍ତୁତି ଉପରେ ପ୍ରଭାବ ପକାଇଲା ବୋଲି କହିଛନ୍ତି ।

ଟୋକିଓ ଅଲମ୍ପିକ୍ ପୂର୍ବରୁ ପୋଲାଣ୍ଡ ଓପନରୁ ଓହରି ଯାଇଥିଲେ ବଜରଙ୍ଗ ପୁନିଆ । ବର୍ତ୍ତମାନ ସମୟରେ ପଏଣ୍ଟ ଅପେକ୍ଷା ଅଧିକ ଅଭ୍ୟାସ ଆବଶ୍ୟକ ଅଛି ବୋଲି ସେ କହିଥିଲେ । ଋଷିଆରେ ଅଭ୍ୟାସ ସମୟରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା । ଏଥିପାଇଁ ଡାକ୍ତର ଓ ଫିଜିଓ ଅଧିକ ବିଶ୍ରାମ ନେବାକୁ କହିଥିବା ବେଲେ ବଜରଙ୍ଗ ପୁନିଆ ମାତ୍ର ୨୦ରୁ ୨୫ ଦିନ ବିଶ୍ରାମ ନେଇ ପୁନଃ ଅଭ୍ୟାସ ଆରମ୍ଭ କରି ଦେଇଥିଲେ ।

ଟୋକିଓ ଅଲମ୍ପିକ କୁସ୍ତି ଇଭେଣ୍ଟର ସେମିଫାଇନାଲ ମ୍ୟାଚରେ ୟୁରୋପର କୁସ୍ତି ଖେଳାଳି ସହ ଲଢ଼େଇ କରିଥିଲେ ବଜରଙ୍ଗ ପୁନିଆ । ଏହି ମ୍ୟାଚରେ ତାଙ୍କ ଆଣ୍ଠୁର ଯନ୍ତ୍ରଣା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲ । ଏହାର ଫାଇଦା ଉଠାଇଥିଲେ ପ୍ରତିପକ୍ଷ ଖେଳାଳି । ଫଳରେ ବଜରଙ୍ଗଙ୍କୁ ମ୍ୟାଚ ହାରିବାକୁ ପଡ଼ିଥିଲା । ତେବେ ବ୍ରୋଞ୍ଜ ପଦକ ମ୍ୟାଚରେ ବଜରଙ୍ଗ ପୁନିଆ ଏଥିପ୍ରତି ଧ୍ୟାନ ଦେଇଥିଲେ । ଯାହା ଫଳରେ ପଦକ ବିଜୟୀ ହୋଇଛନ୍ତି । ଏହି ପଦକକୁ ଦେଶରେ ସମ୍ମୁଖ କୋରୋନା ଯୋଦ୍ଧାଙ୍କ ପାଇଁ ସମର୍ପିତ କରିଥିଲେ ବଜରଙ୍ଗ ।

ଏହାସହ ସେ କାଂସ୍ୟ ପଦକକୁ ନେଇ ସନ୍ତୁଷ୍ଟ ନଥିବା କଥା କହିଥିଲେ । ଦେଶବାସୀ ତାଙ୍କଠାରୁ କିଛି ଅଧିକ ଆଶା କରୁଥିଲେ । କିନ୍ତୁ ତାହା ସମ୍ଭବ ହୋଇ ପାରିଲା ନାହିଁ ବୋଲି କହିଛନ୍ତି । ମ୍ୟାଚରୁ ୨୦ରୁ ୨୫ ଦିନ ଦୂରେଇ ରହିବା ତାଙ୍କ ପ୍ରସ୍ତୁତି ଉପରେ ପ୍ରଭାବ ପକାଇଲା ବୋଲି ଏକ ଭର୍ଚୁଆଲ ସାକ୍ଷାତକାରରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details