ନୂଆଦିଲ୍ଲୀ:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ଭାରୋତ୍ତୋଳନକାରୀ ଶୈଖମ ମୀରାବାଇ ଚାନୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ୨କୋଟି ଟଙ୍କା ପୁରସ୍କାର ରାଶି ସହିତ ରେଳ ବିଭାଗରେ ପଦୋନ୍ନତି ଘୋଷଣା କରିଛନ୍ତି । ଏନେଇ ରେଳ ମନ୍ତ୍ରଣାଳୟ ଅଫିସିଆଲ ଟ୍ବିଟ ଆକାଉଣ୍ଟରେ ଘୋଷଣା କରିଛି ।
ଟୋକିଓ ଅଲମ୍ପିକରେ ଐତିହାସିକ ପ୍ରଦର୍ଶନ ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚାନୁଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ଓ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ।