ଓଡିଶା

odisha

ETV Bharat / sports

Tokyo Olympics: ପଞ୍ଜାବର ସମସ୍ତ ଅଲମ୍ପିଆନଙ୍କୁ ମିଳିବ ଅର୍ଥ ରାଶି

ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ପଞ୍ଜାବ ଖେଳାଳିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପଞ୍ଜାବ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଣା ଗୁରମିତ । ପଦକ ବିଜେତା ଓ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ସମୁଦାୟ ୧୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଅଧିକ ପଢନ୍ତୁ...

ପଞ୍ଜାବ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଣା ଗୁରମିତ
ପଞ୍ଜାବ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଣା ଗୁରମିତ

By

Published : Aug 11, 2021, 11:39 AM IST

ଚଣ୍ଡିଗଡ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ତାଙ୍କର ଦମଦାର ପ୍ରଦର୍ଶନ କରିଛନ୍ତି । କିଛି ଖେଳାଳି ପଦକ ହାତେଇଛନ୍ତି ଆଉ କିଛି ପଦକ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ପଞ୍ଜାବ ଖେଳାଳିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପଞ୍ଜାବ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଣା ଗୁରମିତ । ପଦକ ବିଜେତା ଓ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ସମୁଦାୟ ୧୫କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ସହିତ ସମସ୍ତ ଖେଳାଳିଙ୍କୁ ଆସନ୍ତାକାଲି(ଗୁରୁବାର) ଚଣ୍ଡିଗଡରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ ଅଲମ୍ପିକ୍ସ ଖେଳାଳିଙ୍କୁ ସମ୍ମାନିତ କରିବେ । ଏହା କାର୍ଯ୍ୟକ୍ରମରେ ରାଜ୍ୟପାଳ ଭି.ପି ସିଂ ବଦନାର ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି କ୍ରୀଡାମନ୍ତ୍ରୀ ରାଣା ଗୁରମିତ ସୋଧୀ ।

ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ୨କୋଟି ଓ ହକିରେ ଥିବା ୧୧ ଜଣ ଖେଳାଳିଙ୍କୁ ୧ କୋଟି ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯିବ । ଭାରତୀୟ ହକି ଦଳର ନେତୃତ୍ବ ନେଇଥିଲେ ଅଧିନାୟକ ମନପ୍ରୀତ ସିଂ ଏବଂ ଉପଅଧିନାୟକ ହରମନପ୍ରୀତ ସିଂ ।

ଏହା ସହିତ ମହିଳା ହକି ଦଳର ରିନା ଖୋଖର ଓ ଗୁରଜିତ କୌରଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଦିଆଯିବାକୁ ଘୋଷଣା ହୋଇଥିବାବେଳେ ଡିସକସ ଥ୍ରୋର କମଲପ୍ରୀତ କୌରଙ୍କୁ ମଧ୍ୟ ୫୦ ଲକ୍ଷ ଟଙ୍କାର ପରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ବକ୍ସର ସିମରନଜିତ କୌର, ସୁଟର ଅନଜୁମ ମୌଦୁଗିଲ ଏବଂ ଅଙ୍ଗଦବୀର ସିଂ ଓ ଆଥଲେଟ ତେଜିନ୍ଦଦର ପାଲ ସିଂ ଏବଂ ଗୁରମିତ ସିଂ ଓ ବ୍ୟାଡମିଣ୍ଟନ ଖେଳାଳି ପଲକ କୋହିଲଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

@ANI

ABOUT THE AUTHOR

...view details