ଓଡିଶା

odisha

ETV Bharat / sports

Tokyo Paralympics: ଭାରତୀୟ କ୍ରୀଡ଼ାବିତଙ୍କୁ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - ପାରାଲମ୍ପିନଙ୍କୁ ମୋଦିଙ୍କ ଶୁଭେଚ୍ଛା

ଭବ୍ୟ ସମାରୋହରେ ଆୟୋଜିତ ହୋଇଛି ଟୋକିଓ ପାରାଲମ୍ପିକ୍ସ ଉଦଘାଟନୀ ଉତ୍ସବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ...

tokyo paralympics: ଭାରତୀୟ କ୍ରୀଡ଼ାବିତଙ୍କୁ ମୁଖ୍ୟମନ୍ତ୍ରୀ- ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
tokyo paralympics: ଭାରତୀୟ କ୍ରୀଡ଼ାବିତଙ୍କୁ ମୁଖ୍ୟମନ୍ତ୍ରୀ- ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Aug 24, 2021, 7:46 PM IST

ନୂଆଦିଲ୍ଲୀ: ଭବ୍ୟ ସମାରୋହରେ ଆୟୋଜିତ ହୋଇଛି ଟୋକିଓ ପାରାଲମ୍ପିକ୍ସ ଉଦଘାଟନୀ ଉତ୍ସବ। ଏହି ଉଦଘାଟନୀ ଉତ୍ସବକୁ ଟିଭି ପରଦାରେ ଦେଖିବା ସହ ପାରାଲମ୍ପିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ଟୋକିଓ ପାରାଲମ୍ପିକ୍ସ ଆରମ୍ଭ ହୋଇଛି । ଭାରତୀୟ ପାରାଲମ୍ପିଆନଙ୍କ ସହ ମୋର ଶୁଭେଚ୍ଛା ଜଣାଉଛି । ଆପଣମାନେ ଭାରତକୁ ବିଶ୍ବସ୍ତରରେ ପ୍ରତିନିଧିତ୍ବ କରୁଥିବାରୁ ଆମେ ଗୌରବ ମନେ କରୁଛୁ।"

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ମଧ୍ୟ ଟ୍ବି୍ଟ କରି ଭାରତୀୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ଟୋକିଓ ପାରାଲମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଭାରତୀୟ କ୍ରୀଡ଼ାବିତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ପ୍ରତ୍ୟେକ କ୍ରୀଡ଼ାବିତ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଦେଶରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ପାରିଛନ୍ତି । ସଭିଏଁ ନିଜର ଶତ ପ୍ରତଶତ ଚେଷ୍ଟା କରନ୍ତୁ ଏବଂ ଦେଶ ପାଇଁ ଗୌରବ ଆଣିବାରେ ସମର୍ଥ ହୁଅନ୍ତୁ ଏହାହିଁ ମୋର କାମନା ।"

ଅଗଷ୍ଟ ୨୫ ତାରିଖରେ ଟେବୁଲ ଟେନିସ ଇଭେଣ୍ଟରୁ ଭାରତ ଟୋକିଓ ପାରାଲମ୍ପିକ୍ସ ଯାତ୍ରା ଆରମ୍ଭ ହେବ । ସେପ୍ଟେମ୍ବର ୫ ତାରିଖ ଯାଏଁ ଏହି କ୍ରୀଡ଼ା ମହାକୁମ୍ଭ ଜାରି ରହିବ । ୯ଟି ଇଭେଣ୍ଟରେ ଭାରତୀୟ କ୍ରୀଡ଼ାବିତ ନିଜର ଚମକ ଦେଖାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details