ଓଡିଶା

odisha

Tokyo Paralympics: କାଂସ୍ୟ ପଦକ ବିଜୟୀ ସିଂହରାଜଙ୍କୁ ଶୁଭେଚ୍ଛାର ସୁଅ

By

Published : Aug 31, 2021, 4:33 PM IST

୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ କାଂସ୍ୟ ପଦକ ହାସଲ କରିଛନ୍ତି ସିଂହରାଜ । ଏଥିପାଇଁ ବର୍ତ୍ତମାନ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଅଧିକ ପଢ଼ନ୍ତୁ...

Tokyo Paralympics: କାଂସ୍ୟ ପଦକ ବିଜୟୀ ସିଂହରାଜଙ୍କୁ ଶୁଭେଚ୍ଛାର ସୁଅ
Tokyo Paralympics: କାଂସ୍ୟ ପଦକ ବିଜୟୀ ସିଂହରାଜଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ:ଟୋକିଓ ପାରାଲମ୍ପିକ୍ସରେ ଭାରତ ପାଇଁ ଅଷ୍ଟମ ପଦକ ହାସଲ କରିଛନ୍ତି ଏୟାର ପିସ୍ତଲ ସୁଟର ସିଂହରାଜ ଆଧାନା । SH-1 କାଟାଗୋରୀ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ କାଂସ୍ୟ ପଦକ ହାସଲ କରିଛନ୍ତି ସିଂହରାଜ । ଏଥିପାଇଁ ବର୍ତ୍ତମାନ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସିଂହରାଜଙ୍କୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଲେଖିଛନ୍ତି ଯେ, "ଚମତ୍କାର ପ୍ରଦର୍ଶନ କରିଛନ୍ତି ସିଂହରାଜ ଆଧାନା । ଭାରତର ଏହି କୁଶଳୀ ସୁଟର କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇବାକୁ ସେ ବହୁ କଷ୍ଟ ଓ ସାଧନା କରିଥିଲେ । ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି ।"

ସେହିଭଳି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସିଂହରାଜ ଆଧାନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, "ପାରାଲମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ ସୁଟିଂରେ କାଂସ୍ୟ ପଦକ ହାସଲ କରିଛନ୍ତି ସିଂହରାଜ ଆଧାନା । ଆପଣଙ୍କ ନିଷ୍ଠା ଓ କର୍ତ୍ତବ୍ୟର ଫଳ ଆଜି ଆପଣଙ୍କୁ ମିଳିଛି । ଏହି ଚମତ୍କାର ସଫଳତା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଦେଉଛି । ଦେଶ ଆପଣଙ୍କ ପାଇଁ ଗର୍ବିତ । ଆଗାମୀ ଦିନରେ ଆପଣ ଆହୁରି ସଫଳତା ହାସଲ କରନ୍ତୁ ।"

ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସିଂହରାଜ ଆଧାନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ଟୋକିଓ ପାରାଲମ୍ପିକ୍ସ ସୁଟିଂ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ସିଂହରାଜ ଆଧାନା । ଏହା ଆପଣ ଗର୍ବର କ୍ଷଣ । କାଂସ୍ୟ ପଦକ ପାଇଁ ସିଂହରାଜଙ୍କୁ ଶୁଭେଚ୍ଛା ।"

କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ସିଂହରାଜଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, "ସଫଳତା ପାଇଁ କୌଣସି ବୟସ ସୀମା ନଥାଏ । ୩୯ ବର୍ଷ ବୟସରେ ପାରାଲମ୍ପିକ୍ସରେ ଡେବ୍ୟୁ କରି କାଂସ୍ୟ ପଦକ ହାସଲ କରିଛନ୍ତି ସିଂହରାଜ ଆଧାନା । ସେ ପୁରୁଷ ବିଭାଗର ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ପଦକ ହାସଲ କରିଛନ୍ତି । ପାରାଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୮ରେ ପହଞ୍ଚିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details