ଓଡିଶା

odisha

By

Published : Jul 27, 2021, 5:02 PM IST

ETV Bharat / sports

ଜନ୍ମମାଟିରେ ମୀରା, କରତାଳିରେ ଦୁଲୁକିଲା ରାଜରାସ୍ତା

ଜନ୍ମମାଟି ମଣିପୁରର ଇମ୍ଫାଲରେ ପହଁଞ୍ଚିଛନ୍ତି ଅଲମ୍ପକି ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ । ବିମାନବନ୍ଦରରେ ସ୍ବାଗତ କଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ । ଅଧିକ ପଢ଼ନ୍ତୁ...

People line up Imphal streets,  welcoming Olympics medalist Mirabai Chanu,  Mirabai Chanu, ଜନ୍ମମାଟିରେ ମୀରାବାଇ ଚାନୁ, ରାସ୍ତାର ଉଭୟ ପାଶ୍ବରେ ରହି ସ୍ବାଗତ କଲେ ଲୋକ, ଇମଫାଲରେ ମୀରାବାଇ ଚାନୁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ
ଜନ୍ମମାଟିରେ ଚାନୁ, ରାସ୍ତାର ଉଭୟ ପାଶ୍ବରେ ରହି ସ୍ବାଗତ କଲେ ଲୋକ

ଇମ୍ଫାଲ: ପ୍ରାୟ ଦୁଇ ବର୍ଷ ପରେ ନିଜ ଜନ୍ମମାଟି ମଣିପୁରର ଇମ୍ଫାଲରେ ପହଁଞ୍ଚିଛନ୍ତି ଅଲମ୍ପକି ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ । ମଣିପୁର ବିମାନବନ୍ଦରରେ ପହଁଞ୍ଚିବା ପରେ ଖୋଦ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଚାନୁଙ୍କୁ ସ୍ବାଗତ କରିବା ପାଇଁ ପହଁଞ୍ଚିଥିଲେ ।

ଜନ୍ମମାଟିରେ ଚାନୁ, ରାସ୍ତାର ଉଭୟ ପାଶ୍ବରେ ରହି ସ୍ବାଗତ କଲେ ଲୋକ

ଚାନୁଙ୍କ ଗୋଟିଏ ଝଲକ ପାଇବାକୁ ଚାହିଁ ରହିଥିଲେ ଫ୍ୟାନ୍ସ । ସେପଟେ ଇମ୍ଫାଲ ଅଭିମୁଖେ କାରରେ ଯିବା ବେଳେ ରାସ୍ତାର ଉଭୟପାର୍ଶ୍ବରେ ଚାନୁଙ୍କୁ ସ୍ବାଗତ ତଥା ଅଭିନନ୍ଦନ ଜଣାଇବା ପାଇଁ ଲାଗିଥିଲା ଲୋକଙ୍କ ଧାଡ଼ି । କରତାଳିରେ ରାଜରାସ୍ତା କମ୍ପିବା ସହ ବ୍ୟାନର ଓ ପୋଷ୍ଟର ଦେଖାଇ ମୀରାବାଇଙ୍କୁ ସ୍ବାଗତ କରାଯାଇଛି ।

ମୀରା ମଧ୍ୟ ନିଜ ଘରେ ପହଁଞ୍ଚି ବେଶ୍‌ ଖୁସି । ପଦକ ଜିତିବା ପରେ ତାଙ୍କର ଇଚ୍ଛା ଥିଲା ସେ ପ୍ରଥମେ ଘରକୁ ଯିବେ । ତେବେ ସୋମବାର ଦିଲ୍ଲୀରେ ଚାନୁଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ଦିଲ୍ଲୀ ଠାରେ ସମ୍ମାନିତ କରାଯାଇଥିଲା ଯାହାପରେ ସେ ନିଜ ରାଜ୍ୟ ମଣିପୁର ଅଭିମୁଖେ ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details