ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସରେ ପ୍ରଥମ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ପେଡଲର ଭାବିନା ପଟେଲ । ଏହାକୁ ନେଇ ଭାବିନାଙ୍କ ପାଇଁ ବର୍ତ୍ତମାନ ପୁରସ୍କାର ବର୍ଷା ଆରମ୍ଭ ହୋଇଯାଇଛି । ପାରାଲମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଭାବିନାଙ୍କୁ ୩୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି ଭାରତୀୟ ଟେବୁଲ ଟେନିସ ଫେଡେରେସନ । ଖାଲି ସେତିକି ନୁହେଁ ଗୁଜୁରାଟ ସରକାର ଭାବିନା ପଟେଲଙ୍କୁ ୩ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ।
ପାରାଲିମ୍ପିକ୍ସରେ ପଦକ ହାସଲ କରିଥିବା ଦ୍ବିତୀୟ ଭାରତୀୟ ମହିଳା ଖେଳାଳି ହେଉଛନ୍ତି ଗୁଜୁରାଟ ସୁନା ଝିଅ ଭାବିନା ପଟେଲ । ଏଥିପାଇଁ ଦିବ୍ୟାଙ୍ଗ ଖେଳ ପ୍ରତିଭା ପ୍ରୋତ୍ସାହନ ପୁରସ୍କାର ଯୋଜନାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭାବିନାଙ୍କୁ ୩ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ଚଳିତ ପାରାଲମ୍ପିକ୍ସରେ ପ୍ରଥମ ଭାରତୀୟ ଭାବରେ ପଦକ ହାସଲ କରିଛନ୍ତି ଭାବିନା । ଏଥିପାଇଁ ତାଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଇଛନ୍ତି ।