ଓଡିଶା

odisha

ETV Bharat / sports

Tokyo Paralympics: ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ଟେକ ଚାନ୍ଦ ନିରାଶ - ପ୍ରଥମ ରାଉଣ୍ଡରେ ହାରିବେ ଟେକ ଚାନ୍ଦ

ପାରାଲିମ୍ପିକ୍ସ ସଟଫୁଟ ଥ୍ରୋ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡ଼ିଛି । F55 କାଟାଗୋରୀରେ ଭାଗ ନେଇଥିବା ଭାରତ ଟେକ ଚାନ୍ଦ କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ନକଆଉଟ ପର୍ଯ୍ୟାୟ ପାଇଁ ଯୋଗ୍ୟାତ ହାସଲ କରି ପାରିନାହାନ୍ତି । ଅଧିକ ପଢ଼ନ୍ତୁ...

Tokyo Paralympics: ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ନିରାଶ ହେଲେ ଟେକ ଚାନ୍ଦ
Tokyo Paralympics: ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ନିରାଶ ହେଲେ ଟେକ ଚାନ୍ଦ

By

Published : Aug 27, 2021, 7:46 PM IST

ଟୋକିଓ:ପାରାଲିମ୍ପିକ୍ସ ସଟଫୁଟ ଥ୍ରୋ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡ଼ିଛି । F55 କାଟାଗୋରୀରେ ଭାଗ ନେଇଥିବା ଭାରତ ଟେକ ଚାନ୍ଦ ସିଜିନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ନକଆଉଟ ପର୍ଯ୍ୟାୟ ପାଇଁ ଯୋଗ୍ୟାତ ହାସଲ କରି ପାରିନାହାନ୍ତି । ପ୍ରଥମ ରାଉଣ୍ଡରେ ସେ ୯.୦୪ ମିଟର ସଟପୁଟ ଫିଙ୍ଗିଥିଲେ । ଏହା ତାଙ୍କ ସିଜିନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ତେବେ ସେ କେବଳ ଅଷ୍ଠମ ସ୍ଥାନରେ ରହିବାକୁ ସକ୍ଷମ ହୋଇପାରିଥିଲେ ।

ଏହାସହ ଟୋକିଓ ପାରଲମ୍ପିକ୍ସରେ ଟେକ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି । ଏହାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ସେପଟେ ପାରାଲମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପ୍ରଦର୍ଶନ ଦମଦାର ରହିଛି । ଟେବୁଲ ଟେନିସ ଇଭେଣ୍ଟରେ ଭାରତର ଭାବିନା ପଟେଲ ସେମିଫାଇନାଲରେ ପହଞ୍ଚିଛନ୍ତି । ଫଳରେ ପାରାଲିମ୍ପିକ୍ସରେ ପ୍ରଥମ ପଦକ ନିଶ୍ଚିତ ହୋଇଛି ।

ସେପଟେ ଭାରୋତ୍ତଳନ ଇଭେଣ୍ଟର ମହିଳା ବିଭାଗରେ ଅଭିଯାନ ମଧ୍ୟ ଶେଷ ହୋଇଛି । ପଦକ ଆଶା କରାଯାଉଥିବା ସାକିନା ଖାତୁନ ପ୍ରଥମ ରାଉଣ୍ଡରେ କେବଳ ପଞ୍ଚମ ସ୍ଥାନରେ ରହିବାକୁ ସକ୍ଷମ ହୋଇଥିଲେ । ଶେଷ ସମୟରେ ତାଙ୍କ କାଟାଗୋରୀ ବଦଳାଇବାକୁ ପଡ଼ିଥିଲା । ପୂର୍ବ କାଟାଗୋରୀରେ ସ୍ଲଟ୍ ନଥିବାରୁ ସେ ୫୦ କେଜି ବର୍ଗରେ ପ୍ରତିଦ୍ବନ୍ଦିତା କରିଥିଲେ । ପ୍ରଥମ ପ୍ରୟାସରେ ସେ ୯୦ କେଜି ଓଜନ ଭାରୋତ୍ତଳନ କରିଥିଲେ । ଫଳରେ ସେ ପଞ୍ଚମ ସ୍ଥାନରେ ହିଁ ରହିବାକୁ ସକ୍ଷମ ହୋଇଥିଲେ ।

୪୫ କେଜି ବର୍ଗରେ ସାକିନା ଖାତୁନ ପ୍ରତିଦ୍ବନ୍ଦିତା କରିବାକୁ ଥିଲେ । ଏହି ଇଭେଣ୍ଟରେ ପ୍ରତ୍ୟେକ ଖେଳାଳିଙ୍କୁ ତିନିଟି ସୁଯୋଗ ଦିଆଯାଏ । ସେଥିମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଗଣିତକୁ ନିଆଯାଏ । ସାକିନା ପ୍ରଥମ ପ୍ରୟାସରେ ୯୦ କେଜି, ଦ୍ବିତୀୟ ପର୍ଯ୍ୟାୟରେ ୯୩ କେଜି ଓ ତୃତୀୟ ପର୍ଯ୍ୟାୟ ମଧ୍ୟ ୯୩ କେଜି ଭାରୋତ୍ତଳନ କରିଥିଲେ । ଏହି ଇଭେଣ୍ଟରେ ୧୨୦ ଭାରୋତ୍ତଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଚୀନର ଏଚ୍ୟୁ ଡି' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details