ଟୋକିଓ: ଆଜିଠାରୁ ଟୋକିଓରେ ଭାରତର ପାରାଲମ୍ପିକ୍ସ ଅଭିଯାନ ଆରମ୍ଭ ହୋଇଛି । ଟେବୁଲ ଟେନିସ ଇଭେଣ୍ଟରୁ ଭାରତ ତାର ଅଭିଯାନ ଆରମ୍ଭ କରିଥିବାବେଳେ ଦୁଇ ପାରାଲମ୍ପିଆନ ପେଡଲର ଭାବିନା ପଟେଲ ଓ ସୋନାଲବେନ ପଟେଲ ପ୍ରଥମ ରାଉଣ୍ଡରେ ହିଁ ପରାଜିତ ହୋଇଛନ୍ତି । କଡ଼ା ସଂଘର୍ଷ ସତ୍ତ୍ବେ ଦୁହିଁଙ୍କୁ ପରାଜିତ ହେବାକୁ ପଡ଼ିଛି ।
ସିଙ୍ଗଲ୍ସ ଇଭେଣ୍ଟର C4 କାଟାଗୋରୀର ପ୍ରଥମ ରାଉଣ୍ଡରେ ଭାବିନା ପଟେଲ ଚୀନର ୟିଙ୍ଗ ଝୋଉଙ୍କୁ ଭେଟିଥିଲେ । ସେପଟେ C3 କାଟାଗୋରୀରେ ଭାରତୀୟ ପେଡଲର ସୋନାଲବେନ ପଟେଲ ଚୀନର କିୟାଲ ଲୀ'ଙ୍କୁ ଭେଟିଥିଲେ । ମହିଳା ସିଙ୍ଗଲ୍ସ କ୍ଲାସ-୪ର ଗ୍ରୁପ-ଏ ମୁକାବିଲାରେ ଭାବିନା ଚୀନର ପେଡଲରଙ୍କଠାରୁ ୩-୦ରେ ପରାଜିତ ହୋଇଛନ୍ତି । ପ୍ରଥମ ସେଟ ଆରମ୍ଭ ହେବାର ମାତ୍ର ୫ ମିନିଟ ମଧ୍ୟରେ ଭାବିନା ୩-୧୧ରେ ପରାଜିତ ହୋଇଥିଲେ । ଏହାପରେ ଦ୍ବିତୀୟ ସେଟରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହାସତ୍ତ୍ବେ ସେ ଦ୍ବିତୀୟ ସେଟ ମଧ୍ୟ ୯-୧୧ରେ ପରାଜିତ ହୋଇଥିଲେ । ଏହାପରେ ତୃତୀୟ ସେଟରେ ଚୀନ ପେଡଲର ୨-୧୧ରେ ଏକ ପାଖିଆ ଭାବରେ ବିଜୟ ହାସଲ କରି ମ୍ୟାଚ ଜିତି ନେଇଥିଲେ ।