ଓଡିଶା

odisha

ETV Bharat / sports

ରବି ଦହିୟାଙ୍କ ନାମରେ ନାମିତ ହେଲା ରାଜକୀୟ ବାଲ ବିଦ୍ୟାଳୟ - ଟୋକିଓ ଅଲମ୍ପିକ୍ସ

ରବି ଦହିୟାଙ୍କ ନାମରେ ନାମିତ ହେଲା ବିଦ୍ୟାଳୟର ନାମ । ଟୋକିଓ ଅଲମ୍ପିକ୍ସ ରେସଲିଂରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ରବି ଦହିୟା । ଦିଲ୍ଲୀ ସ୍ଥିତ ରାଜକୀୟ ବାଲ ବିଦ୍ୟାଳୟରୁ ନିଜର ପାଠପଢା ଶେଷ କରିଥିଲେ ରବି । ଅଧିକ ପଢନ୍ତୁ...

ରବି ଦହିୟା ନାମରେ ରାଜକୀୟ ବାଲ ବିଦ୍ୟାଳୟ ନାମ
ରବି ଦହିୟା ନାମରେ ରାଜକୀୟ ବାଲ ବିଦ୍ୟାଳୟ ନାମ

By

Published : Aug 18, 2021, 11:43 AM IST

ନୂଆଦିଲ୍ଲୀ: ବଦଳିଲା ଆଦର୍ଶ ନଗରରେ ଥିବା ରାଜକୀୟ ବାଲ ବିଦ୍ୟାଳୟ ନାମ । ରବି ଦହିୟାଙ୍କ ନାମ ନାମିତ ହେଲା ବିଦ୍ୟାଳୟର ନାମ । ଟୋକିଓ ଅଲମ୍ପିକ୍ସ ରେସଲିଂରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ରବି ଦହିୟା । ଦିଲ୍ଲୀ ସ୍ଥିତ ରାଜକୀୟ ବାଲ ବିଦ୍ୟାଳୟରୁ ନିଜର ପାଠପଢା ଶେଷ କରିଥିଲେ ରବି ।

ରବିଙ୍କ ଏହି ସଫଳତା ପାଇଁ ତାଙ୍କୁ ମଙ୍ଗଳବାର ରାଜକୀୟ ବାଲ ବିଦ୍ୟାଳୟକୁ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ତାଙ୍କୁ ସମ୍ମାନିତ କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ସରକାରୀ ବିଦ୍ୟାଳୟର ଛାତ୍ର ବର୍ତ୍ତମାନ ଦେଶ ପାଇଁ ପ୍ରେରଣା ପାଲଟିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି ଏହା ବହୁତ ଗର୍ବର ବିଷୟ ଯେ ଦିଲ୍ଲୀ ସରକାରୀ ସ୍କୁଲର ଜଣେ ପୂର୍ବତନ ଛାତ୍ର ଅଲମ୍ପିକ୍ସରେ ମେଡାଲ ଜିତିଛନ୍ତି ।

ସ୍କୁଲର ଚାରିପାଖରେ ରବିଙ୍କ ଫଟୋ ଅଙ୍କା ଯାଇଛି ଯାହା ପିଲାମାନଙ୍କୁ ପ୍ରେରଣା ଦେବ ଓ ଅଲିମ୍ପିକ୍ସ ସ୍ବପ୍ନ ଦେଖିବାକୁ ଉତ୍ସାହିତ କରିବ ବୋଲି କହିଛନ୍ତି ସିସୋଦିଆ । ସବୁ ସ୍ତରରେ ଦିଲ୍ଲୀ ସ୍କୁଲରେ କ୍ରୀଡାକୁ ପ୍ରୋତ୍ସାହନ ମିଳିବ । ଖୁବଶୀଘ୍ର ଦିଲ୍ଲୀ ସରକାର ଦିଲ୍ଲୀ ସ୍ପୋର୍ଟ ୟୁନିଭର୍ସିଟ ସହିତ ମିଶି କ୍ରୀଡାର ଉନ୍ନତୀକରଣ ପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି ।

ରବି ଦହିୟା କହିଛନ୍ତି ମେଡାଲ ଜିତିବାରେ ଦିଲ୍ଲୀ ସରକାର ତାଙ୍କୁ ସର୍ବଦା ସମର୍ଥନ କରିଛି । ଏହା ସହିତ ମୋତେ ସବୁବେଳେ ସରକାରୀ ସହାୟତା ଯୋଗାଇ ଆସୁଛନ୍ତି ସରକାର । ମହାମାରୀ ସମୟରେ ମଧ୍ୟ ତାହା ବନ୍ଦ ହୋଇନଥିବା କହିଛନ୍ତି ରବି ।

ସୋନିପତର ଏକ ଗାଁର ରବି ଦହିୟା ଆଦର୍ଶ ନଗରର ସ୍କୁଲରେ ତାଙ୍କ ପାଠପଢା ଶେଷ କରିଥିଲେ ଯାହା ଏବେ ତାଙ୍କ ନାମରେ ନାମିତ ହୋଇଛି । ଟୋକିଓ ଅଲିମ୍ପିକ୍ସ ଗେମ୍ସରେ 23 ବର୍ଷୀୟ ରେସଲର 57 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗର ଫାଇନାଲରେ ଋଷର ଜାଭୁର ଉଗୁଏଭଙ୍କୁ ହରାଇ ରୌପ୍ୟ ପଦକ ହାସଲ କରିଛନ୍ତି ।

@IANS

ABOUT THE AUTHOR

...view details