ଓଡିଶା

odisha

ETV Bharat / sports

ଅଲମ୍ପିକରେ ଭାରତୀୟ ହକି ଦଳର ସ୍ବର୍ଣ୍ଣିମ ଇତିହାସ, ଜିତିଛି 12 ମେଡାଲ୍ - ପଦକ ମରୁଡ଼ି

ଅଲମ୍ପିକ ଇତିହାସରେ ୮ଟି ସ୍ବର୍ଣ୍ଣ, ଟୋଟିଏ ରୌପ୍ୟ ଏବଂ 3 କାଂସ୍ୟ ଜିତି ଆଜି ବି ସବୁଠାରୁ ସଫଳ ଟିମ୍‌ ହୋଇରହିଛି ଭାରତୀୟ ହକି ଦଳ । ତେବେ ଆସନ୍ତୁ ନଜର ପାକାଇବା ଭାରତର ଅଲମ୍ପିକ ପଦକ ବିଜୟ ଯାତ୍ରା ଉପରେ । ଅଧିକ ପଢ଼ନ୍ତୁ...

Olympic Journey of Indian Hockey,  india dominated the games,  41 year medal drought, Tokyo Olympics, କାଂସ୍ୟ ଜିତିଲା ଭାରତୀୟ ହକି ଦଳ, ଏବେ ବି ଅଲମ୍ପିକରେ ସବୁଠୁ ସଫଳ, ଭାରତୀୟ ହକି ଟିମ୍‌, ପଦକ ମରୁଡ଼ି, ଅଲମ୍ପିକ ଯାତ୍ରା
Tokyo Olympics: କାଂସ୍ୟ ଜିତିଲା ଭାରତୀୟ ହକି ଦଳ, ଏବେ ବି ଅଲମ୍ପିକରେ ସବୁଠୁ ସଫଳ

By

Published : Aug 5, 2021, 9:47 PM IST

ହାଇଦ୍ରାବାଦ: ୪୧ ବର୍ଷ ଧରି ଭାରତୀୟ ହକିର ଅଲମ୍ପିକ ପଦକ ମରୁଡ଼ିରେ ଗୁରୁବାର ଅଜାଡ଼ି ହୋଇପଡ଼ିଛି ଅସରାଏ ବର୍ଷା । ୧୯୮୦ ପରେ ପ୍ରଥମ ଥର ପାଇଁ ଅଲମ୍ପିକ୍‌ ପଦକ ଜିତିଛି ଭାରତ । ଜର୍ମାନୀକୁ ୫-୪ରେ ପରାଜିତ କରି ଇତିହାସ ରଚିଛି ଭାରତୀୟ ହକି ଟିମ । ତେବେ ଅଲମ୍ପିକ ପଦକର ଏହି ମରୁଡ଼ି ପୂର୍ବରୁ ଏମିତି ଦିନ ଥିଲା ଯେତେବେଳେ ଭାରତୀୟ ହକି ସାରା ବିଶ୍ବରେ କରୁଥିଲା ରାଜ୍‌ ।

ଅଲମ୍ପିକ ଇତିହାସରେ ୮ଟି ସ୍ବର୍ଣ୍ଣ ଜିତି ଆଜି ବି ସବୁଠାରୁ ସଫଳ ଟିମ୍‌ ହୋଇରହିଛି ଭାରତ । ତେବେ ଆସନ୍ତୁ ନଜର ପାକାଇବା ଭାରତର ଅଲମ୍ପିକ ପଦକ ବିଜୟ ଯାତ୍ରା ଉପରେ ।

୧୯୨୮ ଅଲମ୍ପିକ୍, ଆମଷ୍ଟରଡାମ: ସ୍ବର୍ଣ୍ଣ

୧୯୨୮ ମସିହାରେ ଭାରତୀୟ ହକି ଅଲିମ୍ପିକ୍ ଡେବ୍ୟୁ କରିଥିଲା । ଏହା ୧୦ ଟି ଅଲମ୍ପିକ ରନ୍‌ ମଧ୍ୟରୁ ପ୍ରଥମ ରନ୍‌ । ଯେଉଁଥିରେ ଭାରତ ପୋଡିୟମ ଉପରକୁ ଚଢ଼ିଥିଲା ଆଉ ତାପରେ କ୍ରମାଗତ ୬ଟି ଅଲମ୍ପିକ ସ୍ବର୍ଣ୍ଣ ପଦକ ଜିତିଥିଲା । ଗ୍ରୁପ୍‌ ପର୍ଯ୍ୟାୟରେ ରହିଥିଲା ଭାରତୀୟ ଟିମ୍‌ର ଦବଦବା । ସେମାନଙ୍କ ବିପକ୍ଷରେ କେହି ମଧ୍ୟ ଗୋଟିଏ ଗୋଲ୍‌ ସ୍କୋର କରି ପାରିନଥିଲେ । ଆଉ ଶେଷରେ ନେଦରଲାଣ୍ଡକୁ ହରାଇ ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଥିଲା ଭାରତ ।

୧୯୨୮ ଅଲମ୍ପିକ୍, ଲସ ଆଞ୍ଜେଲସ୍‌: ସ୍ବର୍ଣ୍ଣ

ମେଜର ଧ୍ୟାନ ଚାନ୍ଦ ଜିତାଇଥିବା ତିନୋଟି ସ୍ବର୍ଣ୍ଣ ପଦକ ମଧ୍ୟରୁ ଏହାଥିଲା ଦ୍ବିତୀୟ ଯେଉଁଥିରେ ପ୍ରଥମ ଥର ପାଇଁ ମେଜର ହକି କିମଦନ୍ତୀ ଧ୍ୟାନ ଚାନ୍ଦ ଟିମ୍‌ରେ ଅଧିନାୟକ ହୋଇଥିଲେ । କେବଳ ତିନୋଟି ଦଳ ଏହି ଅଲମ୍ପିକ୍‌ ରେ ଭାଗ ନେଇଥିଲେ । ଆଉ ଜାପାନ ଉପରେ ୧୧-୧ ଏବଂ ଆମେରିକା ଉପରେ ୨୪-୧ରେ ବିଜୟ ହାସଲ କରିବା ସହ ଭାରତ ଏକଛତ୍ର ଭାବେ ବିଜେତା ହୋଇଥିଲା । ଆମେରିକା ବିପକ୍ଷ ମ୍ୟାଚରେ ଧ୍ୟାନ ଚାନ୍ଦ ଆଠଟି ଗୋଲ ସ୍କୋର କରିଥିଲେ ଏବଂ ରୁପ ସିଂ ୧୦ ଟି ଗୋଲ୍‌ ସ୍କୋର କରିଥିଲେ ଯାହା ଅଲମ୍ପିକ୍‌ ଇତିହାସରେ ସବୁଠାରୁ ବଡ଼ ବ୍ୟବଧାନର ବିଜୟ ଥିଲା ।

୧୯୩୬ ଅଲମ୍ପିକ୍, ବର୍ଲିନ: ସ୍ବର୍ଣ୍ଣ

ଭାରତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସବୁ ଟିମ୍‌ ଉପରେ ଭାରି ପଡ଼ିଥିଲା । ସେମିଫାଇନାଲରେ ଫ୍ରାନ୍ସକୁ ୧୦-୦ରେ ଓ ଫାଇନାଲରେ ଜର୍ମାନୀକୁ ୮-୧ରେ ପରାଜିତ କରି ଅପରାଜୟ ହୋଇ ରହିଥିଲା ଭାରତ ।

୧୯୪୮ ଅଲମ୍ପିକ୍, ଲଣ୍ଡନ: ସ୍ବର୍ଣ୍ଣ

ସ୍ବାଧୀନତା ପରେ ଏହା ଭାରତର ପ୍ରଥମ ଅଲମ୍ପିକ ଥିଲା ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଅଲିମ୍ପିକ୍‌ । ସ୍ବର୍ଣ୍ଣ ପଦକର ହ୍ୟାଟ୍ରିକ୍ ଜିତିଥିବା ଦଳଠାରୁ ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଦଳ ଥିଲା । କିନ୍ତୁ ଭାରତ ପୁନର୍ବାର ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା । ଭାରତୀୟ ଦଳ ଫାଇନାଲରେ ପ୍ରଥମ ଥର ପାଇଁ ଗ୍ରେଟ ବ୍ରିଟେନର ସମ୍ମୁଖୀନ ହୋଇଥିଲା ଏବଂ ମ୍ୟାଚକୁ ୪-୦ରେ ଜିତିନେଇଥିଲା ।

୧୯୫୨ ଅଲମ୍ପିକ୍, ହେଲସିନକି: ସ୍ବର୍ଣ୍ଣ

ସେମିରେ ଗ୍ରେଟ ବ୍ରିଟେନକୁ ୩-୧ରେ ପରାସ୍ତ କରିବା ପୂର୍ବରୁ କ୍ବାର୍ଟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪-୦ରେ ପରାସ୍ତ କରିଥିଲା । ଫାଇନାଲରେ ସେମାନେ ନେଦରଲ୍ୟାଣ୍ଡ ସହ ମୁହାଁମୁହିଁ ହୋଇଥିଲେ ଏବଂ ବାଲବୀର ସିଂ ଶ୍ରୀରାମ ପାଞ୍ଚଟି ଗୋଲ ସ୍କୋର କରି ଭାରତକୁ ୬-୧ ବିଜୟୀ କରାଇଥିଲେ ।

୧୯୫୬ ଅଲମ୍ପିକ୍, ମେଲବର୍ଣ୍ଣ: ସ୍ବର୍ଣ୍ଣ

ମେଲବର୍ଣ୍ଣ ଅଲିମ୍ପିକ୍‌ର ଶେଷ ଦୁଇଟି ମ୍ୟାଚରେ ଭାରତ ପୁଣି କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । ହକି ପଡ଼ିଆରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ଫାଇନାଲରେ ପରାସ୍ତ କରିବା ପୂର୍ବରୁ ସେମିଫାଇନାଲରେ ସେମାନେ ଜର୍ମାନୀକୁ ୧-୦ ରେ ପରାସ୍ତ କରିଥିଲେ । ଭାରତ ଏହି ମ୍ୟାଚକୁ ପାକିସ୍ତାନ ଠାରୁ ୧-୦ରେ ଜିତିଥିଲା ।

୧୯୬୦ ଅଲମ୍ପିକ୍, ରୋମ: ରୌପ୍ୟ

ପାକିସ୍ତାନ ହିଁ ଶେଷରେ ଭାରତର ଅଲମ୍ପିକ ଆଧିପତ୍ୟକୁ ସମାପ୍ତ କରିଥିଲା । ଫାଇନାଲରେ ପାକିସ୍ତାନ ସହ ମୁହାଁମୁହିଁ ହେବା ପୂର୍ବରୁ ୩୦ଟି ଅଲିମ୍ପିକ ମ୍ୟାଚରେ ଭାରତ ଅପରାଜିତ ରହିଥିଲା । ଭାରତ ୧-୦ରେ ମ୍ୟାଚ ହାରି ରୌପ୍ୟ ପଦକ ଜିତିଥିଲା ।

୧୯୬୪ ଅଲମ୍ପିକ୍, ଟୋକିଓ: ସ୍ବର୍ଣ୍ଣ

ଫାଇନାଲରେ ପୁଣି ପାକିସ୍ତାନକୁ ମୁକାବିଲା କରି ଭାରତ ଶୀର୍ଷକୁ ଫେରିଥିଲା ଏବଂ ଏଥର ବିଜୟୀ ଦଳ ଭାବେ ଉଭା ହୋଇଥିଲା । ମୋହିନ୍ଦର ଲାଲ ଭାରତ ପାଇଁ ଗୋଲ ସ୍କୋର କରିଥିଲେ ଓ ଭାରତ ଫାଇନାଲକୁ ୧-୦ରେ ଜିତିଥିଲା ।

୧୯୬୮ ଅଲମ୍ପିକ୍, ମେକ୍ସିକୋ ସିଟି: କାଂସ୍ୟ

ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇ ଭାରତ ଏହି ଟୁର୍ନାମେଣ୍ଟ ଆରମ୍ଭ କରିଥିଲା ​​କିନ୍ତୁ ପରେ ପଶ୍ଚିମ ଜର୍ମାନୀ, ଜାପାନ, ସ୍ପେନ୍, ମେକ୍ସିକୋ, ପୂର୍ବ ଜର୍ମାନୀ ଏବଂ ବେଲଜିୟମ ବିପକ୍ଷରେ ପରବର୍ତ୍ତୀ ୬ଟି ମ୍ୟାଚ୍ ଜିତି ନେଇଥିଲା । ତେବେ ଅଲମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଠାରୁ ହାରି ଟିମ ଫାଇନାଲକୁ ଯିବାରୁ ବଞ୍ଚିତ ହୋଇଥିଲା । ତେବେ କାଂସ ପଦକ ଜିତିବା ପାଇଁ ସେମାନେ ପଶ୍ଚିମ ଜର୍ମାନୀକୁ ପୁଣି ଥରେ ପରାସ୍ତ କରିଥିଲେ ।

୧୯୭୨ ଅଲମ୍ପିକ୍, ମୁନିଚ: କାଂସ୍ୟ

ସେମିଫାଇନାଲରେ ପାକିସ୍ତାନ ମୁହାଁମୁହିଁ ହେବା ପୂର୍ବରୁ ଭାରତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥିଲା । କିନ୍ତୁ ସେମିଫାଇନାଲରେ ପାକିସ୍ତାନ ମ୍ୟାଚକୁ 2-0ରେ ଜିତି ଭାରତକୁ ପୁଣି କାଂସ୍ୟ ପଦକ ପାଇଁ ଲଢ଼େଇ କରିବାକୁ ବାଧ୍ୟ କରିଥିଲା । କାଂସ୍ୟ ପଦକ ପାଇଁ ମ୍ୟାଚରେ ନେଦରଲ୍ୟାଣ୍ଡକୁ ୨-୧ରେ ପରାସ୍ତ କରି ପଦକ ଜିତିଥିଲା ଭାରତ।

୧୯୮୦ ଅଲମ୍ପିକ୍, ମସ୍କୋ: ସ୍ବର୍ଣ୍ଣ

୧୯୭୨ ଅଲମ୍ପିକ ସହ ଏକ ଯୁଗର ସମାପ୍ତି ହୋଇଥିଲା ଓ ଆସିଥିଲା ଆଷ୍ଟ୍ରୋ ଟର୍ଫ ପିଚ୍‌ ଯାହାକି ଭାରତର ପଦକ ଯାତ୍ରାକୁ ଏକପ୍ରକାର ସମାପ୍ତ କରି ଦେଇଥିଲା । ୧୯୮୦ ଅଲିମ୍ପିକ୍ସରେ ଅନେକ ଦେଶ ନାମ ପ୍ରତ୍ୟାହାର କରିଥିବା ହେତୁ ନକ୍ଆଉଟ୍ ପର୍ଯ୍ୟାୟ ହୋଇନଥିଲା । ୧୯୬୪ ପରେ ଭାରତ ପ୍ରଥମ ଥର ପାଇଁ ସ୍ପେନକୁ ୪-୩ ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲା ।

୨୦୨୦ ଅଲମ୍ପିକ୍, ଟୋକିଓ: କାଂସ୍ୟ

୧୯୮୦ ଅଲିମ୍ପିକ୍ ଏକ ବ୍ୟତିକ୍ରମ ଭାବେ ପ୍ରମାଣିତ ହୋଇଥିଲା । କାରଣ ଏହାପରେ ଭାରତ ବିଶ୍ବ ହକି ସବୁଠାରୁ ପଛରେ ରହିଯାଇଥିଲା । ଆଉ ସବୁଠାରୁ ଦୁଃଖର ବିଷୟ ଥିଲା ଭାରତ ୨୦୦୮ ବେଜିଂ ଅଲମ୍ପିକ୍‌ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରି ପାରିନଥିଲା । ୨୦୧୬ ରିଓ ଅଲମ୍ପିକ୍‌ରେ ଭାରତ କ୍ବାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚିଥିଲା କିନ୍ତୁ ପଦକ ଆଶା ସେଥର ମଧ୍ୟ ମଉଳି ଯାଇଥିଲା । ଚଳିତ ଅଲମ୍ପିକ୍‌ରେ କିନ୍ତୁ ଭାରତୀୟ ହକି ଦଳ ୪ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ଦେଶ ପାଇଁ ଆଣି ଦେଇଛି ପଦକ । ସେମି ଫାଇନାଲରେ ହାଇଯାଇଥିଲେ ମଧ୍ୟ କାଂସ୍ୟ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ରେ ମାତ ଦେଇ ବିଜୟୀ ହୋଇଛି ଟିମ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details