ଓଡିଶା

odisha

ETV Bharat / sports

ସମ୍ମାନିତ ହେଲେ ସିନ୍ଧୁ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପଦକ - ଉତ୍ସର୍ଗ କଲେ ପଦକ

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିସିଥ ପ୍ରମାଣିକ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି ପିଭି ସିନ୍ଧୁଙ୍କୁ ସମ୍ମାନିତ କରିଛନ୍ତି । ଅଧିକ ପଢ଼ନ୍ତୁ...

Olympic bronze medallist PV Sindhu, coach Park Tae-Sang, Sindhu felicitated, Union Sports Minister Anurag Thakur, Tokyo Olympics, ସମ୍ମାନିତ ହେଲେ ସିନ୍ଧୁ, ଉତ୍ସର୍ଗ କଲେ ପଦକ, ଭାରତୀୟ ଶଟଲର ପିଭି ସିନ୍ଧୁ
ସମ୍ମାନିତ ହେଲେ ସିନ୍ଧୁ, ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପଦକ

By

Published : Aug 3, 2021, 9:18 PM IST

ନୂଆଦିଲ୍ଲୀ: ଭାରତ ପାଇଁ ପୁଣି ଏକ ପଦକ ଜିତିଛନ୍ତି ଭାରତୀୟ ଶଟଲର ପିଭି ସିନ୍ଧୁ । କ୍ରମାଗତ ଦ୍ବିତୀୟ ଥର ପାଇଁ ସିନ୍ଧୁ ଅଲମ୍ପିକ ପଦକ ଜିତିଛନ୍ତି । ସୋମବାର ପଦକ ଜିତିବା ପରେ ମଙ୍ଗଳବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ସିନ୍ଧୁ । ଯାହାପରେ ଦିଲ୍ଲୀ ଠାରେ ତାଙ୍କୁ ଓ ତାଙ୍କ କୋଚ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିସିଥ ପ୍ରମାଣିକ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିନ୍ଧୁଙ୍କୁ ସମ୍ମାନିତ କରିଛନ୍ତି । ଏହାସହ ସିନ୍ଧୁଙ୍କ ଅଲମ୍ପିକ୍‌ କୋଚ ପାର୍କ ତାଏ-ସାଙ୍ଗ୍‌ଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ଏହି ଅବସସରେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି କହିଛନ୍ତି ଯେ, ‘‘୧୩୦ କୋଟି ଜନତାଙ୍କ ପକ୍ଷରୁ ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଉଛି । ସେ ଭାରତକୁ ଗୌରବାନ୍ବିତ କରି ଦ୍ବିତୀୟ ଥର ଅଲମ୍ପିକ ପଦକ ଜିତିଛନ୍ତି ।’’

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ‘‘ଏହା କେବଳ ସିନ୍ଧୁଙ୍କ ପ୍ରଚେଷ୍ଟା, ଅଭ୍ୟାସ ଓ ପରିଶ୍ରମର ଫଳ । ଏହାସହ ତାଙ୍କ ସଫଳତା ପଛରେ ତାଙ୍କ ପରିବାରର ମଧ୍ୟ ବଡ଼ ଭୂମିକା ରହିଛି । ସେ କ୍ରମଗାତ ଭାବେ ପ୍ରଥମେ ରିଓ ଓ ଏବେ ଟୋକିଓ ଅଲମ୍ପିକ୍ସରେ ନିଜକୁ ପ୍ରମାଣିତ କରିଛନ୍ତି ।’’

‘‘ଆପଣ ଜଣେ ଯୁବ ଆଦର୍ଶ, ପ୍ରେରଣା । ଭାରତ ଦେଇଥିବା ମହାନ ଅଲମ୍ପିଆନଙ୍କ ମଧ୍ୟରୁ ଆପଣ ଜଣେ । ଆପଣ ଆମ ସମସ୍ତଙ୍କୁ ଗୌରୋବାନ୍ବିତ କରିଛନ୍ତି ଓ ୧୩୦ କୋଟି ଭାରତୀୟଙ୍କ ଓଠରେ ହସ ଫୁଟାଇଛନ୍ତି,’’ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

ସେପଟେ ସିନ୍ଧୁ ମଧ୍ୟ ସଭିଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ‘‘ମୁଁ ସରକାର ଓ କ୍ରୀଡ଼ା ପ୍ରାଧିକରଣକୁ ଧନ୍ୟବାଦ ଦେଉଛି । ସେମାନେ ଯେତେବେଳେ ମୁଁ ୟାହା ଚାହିଁଛି ଯୋଗାଇ ଦେଇଛନ୍ତି । ମୁଁ ଦର୍ଶକଙ୍କୁ ଦେଖିପାରିନଥିଲି କିନ୍ତୁ ମୁଁ ଜାଣେ ଭାରତରେ କୋଟି କୋଟି ଲୋକ ମତେ ସମର୍ଥନ ଜଣାଇଛନ୍ତି । ମୁଁ ଏହି ପଦକ ସେମାନଙ୍କୁ ସମର୍ପିତ କରୁଛି । ଏହାସହ ମୋ ମାତାପିତାଙ୍କୁ ସେମାନଙ୍କ ସମର୍ଥନ ଓ ତ୍ୟାଗ ପାଇଁ ଧନ୍ୟବାଦ ଦେଉଛି ।’’

@ANI

ABOUT THE AUTHOR

...view details