ଚେନ୍ନାଇ:ଟୋକିଓ ଅଲମ୍ପିକ୍ସରୁ ଫେରିବା ପରେ ଭଉଣୀ ମୃତ୍ୟୁ ଖବର ପାଇ ଭାଙ୍ଗିପଡିଲେ ତାମିଲନାଡୁ ଅଲମ୍ପିଆନ ଧନଲକ୍ଷ୍ମୀ । ଭଉଣୀ ଥିଲେ ଧନଲକ୍ଷ୍ମୀଙ୍କ ଜଣେ ବଡ ସମର୍ଥକ । ଏୟାରପୋର୍ଟରେ ତାଙ୍କୁ ଆତ୍ମୀୟ ସ୍ବଜନଙ୍କ ସହିତ ପ୍ରଶଂସକମାନେ ଗ୍ରାଣ୍ଡ ୱେଲକମ କରିଥିଲେ । କିନ୍ତୁ ସେ ଭଉଣୀ ମୃତ୍ୟୁ ଖବର ପାଇବା ପରେ ଭାଙ୍ଗିପଡିଥିବା ଦେଖିବାକୁ ମିଳିଥିଲା ।
ଟୋକିଓ ଅଲମ୍ପିକ୍ସରେ ଧନଲକ୍ଷ୍ମୀ 4x400ମିଟର ରିଲେ ଦୌଡରେ ରହିଥିଲେ । ତାଙ୍କ ଖେଳ ଜୀବନରେ ମୃତ ଭଉଣୀ ବହୁତ ସମର୍ଥନ କରିବା ସହିତ ଉତ୍ସାହିତ କରୁଥିଲେ । ଧନଲକ୍ଷ୍ମୀ ଟୋକିଓରେ ଥିବା ସମୟରେ ତାଙ୍କ ଭଉଣୀଙ୍କର ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିଲା । ସେ ପ୍ରତିଯୋଗିତାରେ ଥିବାରୁ ତାଙ୍କୁ ଏହି ଦୁଃଖଦ ସନ୍ଦେଶ ଦେଇନଥିଲେ ପରିବାର ବର୍ଗ । ତେବେ ସେ ଫେରିବା ପରେ ମାଆଙ୍କଠାରୁ ଖବର ପାଇବା ପରେ ସେ ଭାଙ୍ଗପଡିଥିବା ଦେଖିବାକୁ ମିଳିଥିଲା ।