ଓଡିଶା

odisha

ETV Bharat / sports

ରାଜ୍ୟପାଳଙ୍କୁ ଭେଟି ଉପହାର ଦେଲେ ଦୂତି ଚାନ୍ଦ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ଦୌଡ଼ରାଣୀ ଦୂତି ଚାନ୍ଦ । ଟୋକିଓ ଯିବା ପୂର୍ବରୁ ଦୂତିଙ୍କୁ ଶୁଭକାମନା ଜଣାଇଥିଲେ ପ୍ରଫେସର ଗଣେଶୀ ଲାଲ । ଅଧିକ ପଢ଼ନ୍ତୁ...

By

Published : Aug 11, 2021, 7:42 PM IST

ରାଜ୍ୟପାଳଙ୍କୁ ଭେଟି ଉପହାର ଦେଲେ ଦୂତି ଚାନ୍ଦ
ରାଜ୍ୟପାଳଙ୍କୁ ଭେଟି ଉପହାର ଦେଲେ ଦୂତି ଚାନ୍ଦ

ଭୁବନେଶ୍ବର:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ଦୌଡ଼ରାଣୀ ଦୂତି ଚାନ୍ଦ । ଟୋକିଓ ଯିବା ପୂର୍ବରୁ ଦୂତିଙ୍କୁ ଶୁଭକାମନା ଜଣାଇଥିଲେ ପ୍ରଫେସର ଗଣେଶୀ ଲାଲ । ଟୋକିଓ ଅଲମ୍ପିକରେ ଭାଗ ନେଇ ଫେରିବା ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ଦୂତି ଚାନ୍ଦ । ଏହାକୁ ନେଇ ସେ ଖୁସି ଜାହିର କରିଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଦୂତି ।

ଦୂତି ଟ୍ବିଟ୍ କରି କହିଛନ୍ତି ଯେ, "ମୁଁ ଆଜି ଓଡ଼ିଶା ଗଭର୍ଣ୍ଣର ପ୍ରଫେସର ଗଣେଶୀଲାଲଙ୍କୁ ଭେଟିଲି । ଏହି ଅବସରର ମୁଁ ତାଙ୍କୁ ଏକ ଟୋକିଓ ଟଏ ଉପହାର ସ୍ବରୁପ ପ୍ରଦାନ କରିଛି । ଅଲମ୍ପିକରେ ଯୋଗ ଦେବା ପୂର୍ବରୁ ସେ ମୋତେ ଶୁଭକାମନା ଜଣାଇଥିବାରୁ ମୁଁ ଗର୍ବିତ । ତାଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିବ ବୋଲି ଆଶା । ଆପଣଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ସାର୍ ।"

ଟୋକିଓ ଅଲମ୍ପିକ ଗେମ୍ସରେ ଦୁଇଟି ଇଭେଣ୍ଟରେ ଭାଗ ନେଇଥିଲେ ଓଡ଼ିଆ ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଟ୍ରାକ ଦୌଡ଼ ଇଭେଣ୍ଟରେ ସେ ସପ୍ତମ ସ୍ଥାନରେ ରହି ଅସଫଳ ରହିଥିଲେ । ଏହାପରେ ୨୦୦ ମିଟର ଇଭେଣ୍ଟରେ ମଧ୍ୟ ସମାନ ଫଳାଫଳ ମିଳିଥିଲା । ଏହାକୁ ନେଇ ଦୂତିଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥିଲା । ଦୂତିଙ୍କୁ ନେଇ ଦେଶ ଓ ରାଜ୍ୟବାସୀଙ୍କ ବହୁ ଆଶା ରହିଥିଲା । ତେବେ ସବୁ ଆଶା ପାଣିର ଗାର ପାଲଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details