ଓଡିଶା

odisha

ETV Bharat / sports

ଫ୍ଲାଇଙ୍ଗ ଶିଖଙ୍କୁ ସମର୍ପିତ କଲେ ମେଡାଲ, ଦୁଃଖ ଭରା ଟ୍ବିଟ କଲେ ମିଲଖାଙ୍କ ପୁଅ - ଟୋକିଓ ଅଲମ୍ପିକ 2021

ଅଲମ୍ପିକ ମେଡାଲ ଭାରତର ପ୍ରଥମ ଅଲମ୍ପିକ ଆଥଲେଟ ଫ୍ଲାଇଙ୍ଗ ଶିଖ ମିଲଖା ସିଂହଙ୍କୁ ସମର୍ପିତ କଲେ ନୀରଜ । ଏହାକୁ ନେଇ ଦୁଃଖ ଭରା ଟ୍ବିଟ କଲେ ମିଲଖା ସିଂହଙ୍କ ପୁଅ ଜିଭ ମିଲଖା ସିଂହ । ଅଧିକ ପଢନ୍ତୁ...

Niraj chopra olympic medal dedicated to flying sikh milkha singh
ମିଲଖା ସିଂହଙ୍କୁ ସମର୍ପିତ କଲେ ମେଡାଲ,ଦୁଃଖ ଭରା ଟ୍ବିଟ କଲେ ମିଲଖା ସିଂହଙ୍କ ପୁଅ

By

Published : Aug 7, 2021, 10:49 PM IST

ନୂଆଦିଲ୍ଲୀ:ଫ୍ଲାଇଙ୍ଗ ଶିଖ ମିଲଖା ସିଂହଙ୍କ ନାମରେ ମେଡାଲ ସମର୍ପଣ କଲେ ଟୋକିଓ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା । ଦିନେ ଭାରତ ଅଲମ୍ପିକ ପଦକ ପାଖରେ ପହଞ୍ଚି ମେଡାଲ ଛୁଇଁ ପାରି ନଥିବା ତଥା ଭାରତର ଷ୍ଟାର ଆଥଲେଟ ଫ୍ଲାଇଙ୍ଗ ଶିଖ ନାମରେ ପରିଚିତ ମିଲଖା ସିଂହଙ୍କ ନାମରେ ସମର୍ପିତ କଲେ ଅଲମ୍ପିକ ମେଡାଲିଷ୍ଟ ନୀରଜ ଚୋପ୍ରା । ଅଲମ୍ପିକର ଟ୍ରାକ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣପଦକ ଜିତିଛନ୍ତି ନୀରଜ ଚୋପ୍ରା ।

ନୀରଜ ନିଜ ପ୍ରତିକ୍ରିୟା କହିଛନ୍ତି ଯେ ଭାରତ ଅଲମ୍ପିକରେ ହକି ଓ ସୁଟିଂ, କୁସ୍ତି,ବ୍ୟାଟମିଣ୍ଟନରେ ପଦକ ଜିତିଛି କିନ୍ତୁ ପ୍ରଥମ ଥର ଭାରତ ଆଥଲେଟିକସ୍ ରେ ଅଲମ୍ପିକ ମେଡାଲ ହାସଲ କରିଛି । ପୂର୍ବରୁ ଭାରତ ପାଇଁ ଫ୍ଲାଇଂ ଶିଖ ମିଲଖା ସିଂହ ଓ ମହିଳା ଧାବିକା ପିଟି ଉଷା ପଦକ ପାଖାପାଖି ହୋଇଥିଲେ କିନ୍ତୁ ମେଡାଲ ପାଇବା ପାଇଁ ସକ୍ଷମ ହୋଇପାରିନଥିଲେ । ଭାରତର ଦୁଇ ଜଣ ପ୍ରସିଦ୍ଧ ଆଥଲେଟ ପଦକ ଦାବିଦାର ହୋଇଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ତେଣୁ ତାଙ୍କ ନାମରେ ଏ ପଦକୁ ସମର୍ପିତ କରିଛି ବୋଲି କହିଛନ୍ତି।

ସେପଟେ ଫ୍ଲାଇଙ୍ଗ ଶିଖ ମିଲଖା ସିଂହଙ୍କ ପ୍ରତି ଅଲମ୍ପିକ ମେଡାଲ ସମର୍ପଣ କରିବା ପରେ ଦୁଃଖ ଭରା ଟ୍ବିଟ କରିଛନ୍ତି ମିଲଖା ସିଂହଙ୍କ ପୁଅ ତଥା ଗଲଫ ଖେଳାଳି ଜିଭ ମିଲଖା ସିଂହ । ନିଜ ଟ୍ବିଟରେ ନିଜ ପିତା ଜୀବତ ଥିଲେ ଆଜି ବହୁତ ଖୁସି ହୋଇଥାନ୍ତେ । ଜୀବନସାରା ସେ ନିଜେ ଦିନେ ଭାରତରେ ଟ୍ରାକ ଆଣ୍ଡ ଫିଲ୍ଡର ଅଲମ୍ପିକ ମେଡାଲ ଆସିବ ଏବଂ ମୁଁ ଦେଖିବ ବୋଲି କହିଥିଲେ। ସତକୁ ସତ ଆଜି ଭାରତ ପାଖରେ ଆଥଲେଟ୍ସରେ ଅଲମ୍ପିକ ମେଡାଲ ଆସିଛି କିନ୍ତୁ ପିତା ନାହାଁନ୍ତି ଯାହା ଅତି ଦୁଃଖଦାୟକ ବୋଲି ଦୁଃଖଭରା ଟ୍ବିଟ କରିଛନ୍ତି ଜିଭ ମିଲଖା ସିଂହ । ମୋ ପିତାଙ୍କ ପ୍ରତି ମେଡାଲ ସମର୍ପଣ କରିଥବାରୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଜିଭ ମଲଖା ସିଂହ ଟ୍ବିଟ କରିଛନ୍ତି। ଅଲିମ୍ପିକର ପ୍ରଥମ ଥର ପାଇଁ ଆଥଲେଟିକ୍ସ ସ୍ବର୍ଣ୍ଣ ପଦକ ଜିତି ନାହାଁନ୍ତି, ଆପଣ ଏହାକୁ ମୋ ପିତାଙ୍କୁ ମଧ୍ୟ ଉତ୍ସର୍ଗ କରିଛନ୍ତି । ଏହି ସମ୍ମାନ ପାଇଁ ମିଲଖା ପରିବାର କୃତଜ୍ଞ ।

ସୂଚନାଥାଉକି ଭାରତର ଉଦୀୟମାନ ଜାଭଲିନ୍ ଥ୍ରୋୟର ନୀରଜ ଆଜି ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ। ପ୍ରଥମେ ସେ ୮୭.୦୩ ମିଟିର ଜାଭେଲିନକୁ ଫିଙ୍ଗି ଥିଲେ। ଏହାପରେ ଦ୍ବିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ପକ୍କା କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details