ଓଡିଶା

odisha

ETV Bharat / sports

Tokyo Olympics: ପୁରଣ ହେଲା ୧୦୦ ବର୍ଷର ସ୍ବପ୍ନ, ଜାଭଲିନ୍ ଥ୍ରୋରେ ସ୍ବର୍ଣ୍ଣ ଜିତିଲେ ନୀରଜ - Tokyo Olympics Javelin throw

Neeraj Chopra win Gold Medal
୧୦୦ ବର୍ଷ ପରେ ଆଥଲେଟିକ୍ସରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

By

Published : Aug 7, 2021, 5:43 PM IST

Updated : Aug 7, 2021, 7:59 PM IST

17:40 August 07

୧୦୦ ବର୍ଷ ପରେ ଆଥଲେଟିକ୍ସରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଟୋକିଓ: ଇତିହାସ ରଚିଲେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା । ୮୭.୫୮ ମିଟର ବର୍ଚ୍ଛା ଫିଙ୍ଗି ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଆଣିଲେ ସ୍ବର୍ଣ୍ଣ ପଦକ । ସାରା ଭାରତକୁ କଲେ ଗୌରବାନ୍ବିତ ।  

ଶେଷ ଦିନରେ ଅଲମ୍ପିକ ଇତିହାସରେ ନିଜ ନାଁ ସ୍ବର୍ଣ୍ଣ ଅକ୍ଷରରେ ଲେଖି ଦେଇଛନ୍ତି ହରିୟାଣାର ସୁନା ପୁଅ ନୀରଜ । ସ୍ବର୍ଣ୍ଣିମ ରହିଥିଲା ଶନିବାର । କୁସ୍ତିରେ ବଜରଙ୍ଗ ପୁନିଆଙ୍କ କାଂସ୍ୟ ପଦକ ପରେ ନୀଜର ଚୋପ୍ରା ଜାଭେଲିନ ଥ୍ରୋ ରେ ସ୍ବର୍ଣ୍ଣ ଜିତିଛନ୍ତି ।  Tokyo Olympics ର ଜାଭେଲିନ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ବୁଧବାର ଦିନ ସବୁ ଆଥଲେଟଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପହଁଞ୍ଚିଥିଲେ ନୀରଜ ।  

ଶନିବାର ଶ୍ରେଷ୍ଠ ୧୨ ଆଥଲେଟ ଫାଇନାଲ ରାଉଣ୍ଡ ଖେଳିଥିଲେ । ଆଉ ପ୍ରଥମ ଥ୍ରୋରେ ନୀରଜ ଫିଙ୍ଗିଥିଲେ ୮୭.୦୩ ମିଟର ଆଉ ତାଲିକାର ଟପ୍‌ରେ ରହିଥିଲେ । ଦ୍ବିତୀୟ ଥ୍ରୋରେ ସେ ଫିଙ୍ଗିଥିଲେ ୮୭.୫୮ ମିଟର, ଆଉ ଏଥର ବି ଥିଲେ ସବୁଠାରୁ ଆଗରେ । ଶେଷ ଥ୍ରୋଟି ସେତେ ସଫଳ ହୋଇନଥିଲା ତଥାପି ନୀରଜ ନିଜର ଟପ୍‌ ସ୍ପଷ୍ଟ ବଜାୟ ରଖିଥିଲେ । ନୀରଜଙ୍କ ଆଖପାଖରେ ବି ପହଁଞ୍ଚି ପାରିନଥିଲେ କୌଣସି ଖେଳାଳି ।  

ତେବେ ୧୨ ଜଣଙ୍କ ମଧ୍ୟରୁ ପୁଣି ୪ ଜଣ ବାହାରି ଯିବା ପରେ ଆଉ ଗୋଟିଏ ରାଉଣ୍ଡ ହୋଇଥିଲା । ସମସ୍ତେ ୩-୩ ଟି ଥ୍ରୋ କରିଥିଲେ । କିନ୍ତୁ ନୀରଜଙ୍କ ୮୭.୫୮ ମିଟରକୁ ଟପିବା ଟପ୍‌ ଆଥଲେଟଙ୍କ କପକ୍ଷରେ ବି ଅସମ୍ଭବ ହୋଇଗଲା । ଆଉ ଶେଷରେ ପଦକ ଜିତି ସାରା ଦେଶକୁ ଆଜି ଖୁସି ଆଉ ଆନନ୍ଦରେ ବିଭୋର କରି ଦେଇଛନ୍ତି ନୀରଜ ।  

ଟୋକିଓ ଅଲମ୍ପିକ୍‌ରେ ଏହା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ । ଏହା ପୂର୍ବରୁ ଅଭିନବ ବିନ୍ଦ୍ରା ୨୦୦୮ରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଆଥଲେଟିକ୍ସରେ ଏହା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ । ଅଲମ୍ପିକରେ ଏହାକୁ ମିଶାଇ ଭାରତର ୧୦ଟି ସ୍ବର୍ଣ୍ଣ ପଦକ ରହିଛି । ୮ଟି ଗ୍ରୁପ୍‌ ହକିରେ, ଗୋଟିଏ ଅଭିନବ ବିନ୍ଦ୍ରା ଓ ବର୍ତ୍ତମାନ ଗୋଟିଏ ନୀରଜ ଚୋପ୍ରାଙ୍କର ।  

ହରିୟାଣା ସୋନୀପତର ନୀରଜ ଚୋପ୍ରାଙ୍କ ଜନ୍ମ ୨୪ ଡିସେମ୍ବର ୧୯୯୭ରେ ଏକ ଚାଷୀ ପରିବାରରେ ହୋଇଥିଲା  । ଚଣ୍ଡୀଗଡ଼ର ଡିଏଭି କଲେଜରୁ ପାସ୍‌ କରିଥିବା ନୀରଜଙ୍କ ଆଥଲେଟିକ୍ସରେ ଆସିବାର କାହାଣୀ ମଧ୍ୟ ଖୁବ୍‌ ରୋମାଞ୍ଚକର । ନିଜ ଓଜନ କମ୍‌ କରିବା ପାଇଁ ଏହି ଫିଲ୍ଡକୁ ଆସିଥିଲେ ସେ । କିନ୍ତୁ କିଏ ଜାଣିଥିଲା ଏହିଥିରେ ହିଁ ସେ ଇତିହାସ ରଚିବେ । ସେ ଜର୍ମାନୀର ବାୟୋ ମେକାନିକ୍ସ ଏକ୍ସପର୍ଟ କ୍ଲାଉସ ବାର୍ତୋନିତ୍‌ଜଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ ।  

ନୀରଜଙ୍କ ସଫଳତା  

୨୦୧୬: ପୋଲାଣ୍ଡରେ ହୋଇଥିବା ଆଇଏଏଫଏଫ ଚାମ୍ପିୟନଶିପରେ ୮୬.୪୮ ମିଟର ବର୍ଚ୍ଛା (Javelin) ଫିଙ୍ଗି ସ୍ବର୍ଣ୍ଣ ଜିତିଲେ ।  

୨୦୧୭: ନୀରଜ ୮୫.୨୩ ମିଟର ଫିଙ୍ଗି ଏଶିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଲେ ।

୨୦୧୮: ଏସିଆଡରେ ୮୮.୦୭ ମିଟର ଫିଙ୍ଗି ଜିତିଥିଲେ ସ୍ବର୍ଣ୍ଣ ।

୨୦୧୯: ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରେ ନୀରଜ ନିଜର ହିଁ ରେକର୍ଡ ଭାଙ୍ଗି ୮୮.୦୭ ମିଟର ବର୍ଚ୍ଛା ଫିଙ୍ଗି ନିଜ ରେକର୍ଡ ଭାଙ୍ଗିଥିଲେ ।

୨୦୨୧: ଆଉ ଶେଷରେ ଶନିବାର ନୀରଜ ଲେଖିଛନ୍ତି ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଅଲମ୍ପିକ୍ସରେ ୧୨୦ ବର୍ଷ ପରେ ଜିତିଛନ୍ତି ସ୍ବର୍ଣ୍ଣ ପଦକ ।  

ତେବେ ଅଲମ୍ପିକ ପୂର୍ବର ନୀରଜଙ୍କ ପରିବାର ଲୋକେ କହିଥିଲେ ଯେ ନୀରଜ ତାଙ୍କ ପ୍ରଦର୍ଶନ ନେଇ ଖୁବ୍‌ ଗମ୍ଭୀର ତେଣୁ ଆମେ ତା ପ୍ରଦର୍ଶନ ନେଇ ଆଶ୍ବସ୍ତ । ତାଙ୍କ ସାନ ଭଉଣୀ ନୈନସୀ ମଧ୍ୟ ଭାଇଙ୍କ ଉପରେ ପଦକ ପାଇଁ କରିଥିଲେ ଭରସା । ଆଉ ନୀରଜ ନିଜ ପରିବାର ସହ ସାରା ଭାରତର ଆଶା ଓ ବିଶ୍ବାସକୁ ସତ୍ୟରେ ପରିଣତ କରିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

Last Updated : Aug 7, 2021, 7:59 PM IST

ABOUT THE AUTHOR

...view details