ଟୋକିଓ: ବିଶ୍ବ ମାନ୍ୟତାର ନମ୍ବର 2 ଟେନିସ ଖେଳାଳି ଚଳିତ ଟୋକିଓ ଅଲମ୍ପିକ୍କୁ ବାଦ୍ । ମଙ୍ଗଳବାର ଖେଳାଯାଇଥିବା ମହିଳା ଏକକ ମ୍ୟାଚ୍ରେ ରିପ୍ଳବିକ ଖେଳାଳି ମାର୍କେତା ଭୋନ୍ଦ୍ରୌସୋଭାଙ୍କୁ ଠାରୁ ୬-୧, ୬-୪ ସିଧାସଳଖ ସେଟ୍ରେ ପରାସ୍ତ ହୋଇଛନ୍ତି ଓସାକା ।
ପ୍ରଥମ ସେଟ୍ରେ ଓସାକା ନୈରାଶଜନକ ପ୍ରଦର୍ଶନ କରିଥିଲେ ଓ ମାତ୍ର ଗୋଟିଏ ପଏଣ୍ଟ ହାସଲ କରିପାରିଥିଲେ । ଫଳରେ ରିପ୍ଳବିକ ପ୍ରତିପକ୍ଷ ୬-୧ରେ ଜିତିନେଇଥିଲେ । ପରେ ଦ୍ବିତୀୟ ସେଟ୍ରେ ଓସାକା କମବ୍ୟାକ କରିବା ନେଇ ଆଶା କରାଯାଉଥିଲା । ମାତ୍ର ଓସାକାଙ୍କୁ କୌଣସି ସୁଯୋଗ ଦେଇନଥିଲେ ଭୋନ୍ଦ୍ରୌସୋଭା । ଫଳରେ ସିଧାସଳଖ ସେଟ୍ରେ ହାରିଥିଲେ ଓସାକା ।