ଓଡିଶା

odisha

By

Published : Jul 26, 2021, 10:52 PM IST

ETV Bharat / sports

ASP ହେବେ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ

ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରୋତ୍ତଳନକାରୀ ମୀରାବାଇ ଚାନୁ ହେବେ ଅତିରିକ୍ତି ପୋଲିସ ଏସପି । ଅଧିକ ପଢ଼ନ୍ତୁ...

ASP ହେବେ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ
ASP ହେବେ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ

ଇମ୍ଫାଲ: ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରୋତ୍ତଳନକାରୀ ମୀରାବାଇ ଚାନୁ ହେ ଅତିରିକ୍ତି ପୋଲିସ ଏସପି । ପଦକ ବିଜୟିନୀ ମୀରାବାଇ ଚାନୁ ଟୋକିଓରୁ ଫେରିବା ପରେ ଏହାକୁ ଘୋଷଣା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ।

ଏହାପୂର୍ବରୁ ମୀରାବାଇ ଚାନୁଙ୍କ ପାଇଁ ଏକ କୋଟି ଟଙ୍କା ଘୋଷଣା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଏକ ମାତ୍ର କ୍ରୀଡ଼ାବିତ୍ ଭାବରେ ଟୋକିଓ ଅଲମ୍ପିକ୍ସରେ ପଦକ ହାସଲ କରିଛନ୍ତି ମୀରାବାଇ ଚାନୁ । ୪୯ କେଜି ବର୍ଗରେ ମୀରାବାଇ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାପରେ ତାଙ୍କ ପାଇଁ ପୁରସ୍କାର ସୁଅ ଛୁଟିବାରେ ଲାଗିଛି ।

ଖାଲି ସେତିକି ନୁହେଁ ମୀରାବାଇଙ୍କ ସଫଳତା ପରେ ମଣିପୁର ସରକାର ରାଜ୍ୟରେ ଭବିଷ୍ୟତରେ ଏକ ବିଶ୍ବସ୍ତରୀୟ ଭାରୋତ୍ତଳନ ଏକାଡେମୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ମଣିପୁରରୁ ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ମୀରାବାଇ ଚାନୁ, ମେରୀକମଙ୍କ ସହ ମଣିପୁରର ମୋଟ ୫ ଜଣ କ୍ରୀଡ଼ାବିତ୍ ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details