ଓଡିଶା

odisha

By

Published : Jul 27, 2021, 11:04 PM IST

ETV Bharat / sports

Tokyo Olympics: ୫ମ ଦିନର ପଦକ ତାଲିକା

ବର୍ତ୍ତମାନ ସୁଦ୍ଧା Tokyo Olympics ପଦକ ତାଲିକାରେ କେଉଁ ଦେଶର କେଉଁ ସ୍ଥାନରେ ରହିଛି ତାହା ଉପରେ ନଜର ପକାନ୍ତୁ...

medal tally for the fifth day of tokyo olympics, medal tally for the fifth day, Tokyo Olympics,  ୫ମ ଦିନର ପଦକ ତାଲିକା, ପଦକ ତାଲିକା, ଟୋକିଓ ଅଲମ୍ପିକ୍ସ
Tokyo Olympics: ୫ମ ଦିନର ପଦକ ତାଲିକା

ହାଇଦ୍ରାବାଦ: ଚଳିତ ଅଲିମ୍ପିକ ଗେମ୍ସରେ ଭଲ ପ୍ରଦର୍ଶନ ଆଶା କରିଥିବା ଭାରତ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିପାରି ନାହିଁ । 5 ଦିନ ପାଇଁ ଅଭିଯାନ ଶେଷ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କେବଳ ଏକମାତ୍ର ପଦକ ଭାରତ ଖାତାକୁ ଆସିଛି, ଯାହାକୁ ଦେଶର ଷ୍ଟାର ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଆଣିଦେଇଛନ୍ତି ।

Tokyo Olympics: ୫ମ ଦିନର ପଦକ ତାଲିକା

ବର୍ତ୍ତମାନ Tokyo Olympics ଗେମ୍ସରେ ଦେଶ ଦ୍ବିତୀୟ ପଦକକୁ ଅପେକ୍ଷା କରିଛି । ତେବେ ସେତେଟା ଭଲ ପ୍ରଦର୍ଶନ ହୋଇପାରିନଥିବା ଯୋଗୁଁ ଭାରତ ପଦକ ତାଲିକାରେ 39 ତମ ସ୍ଥାନରେ ରହିଛି।

Tokyo Olympics: ୫ମ ଦିନର ପଦକ ତାଲିକା

ଖେଳର ଷଷ୍ଠ ଦିନରେ ଭାରତୀୟ ଖେଳାଳିମାନେ ପଦକ ପାଇଁ ପୁଣି ଥରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ମଙ୍ଗଳବାର Tokyo Olympics 5ମ ଦିନରେ ଭାରତର କୌଣସି ପଦକ ଜିତିପାରି ନାହିଁ ।

Tokyo Olympics: ୫ମ ଦିନର ପଦକ ତାଲିକା

ଶୁଟିଂ, ଟେନିସ୍, ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍ ସବୁ ଖେଳରେ ଗୋଟିଏ ପରେ ଗୋଟିଏ ନିରାଶାଜନକ ଖବର ହିଁ ଆସିଥିଲା ​। ତେବେ ବର୍ତ୍ତମାନ ବ୍ୟାଡମିଣ୍ଟନ, ବକ୍ସିଂ ଏବଂ ହକିରେ ପଦକ ଜିତିବା ନେଇ ଭାରତର ଆଶା ଜାଗ୍ରତ ରହିଛି। ଏହା ବ୍ୟତୀତ ଦେଶ କୁସ୍ତି, ଜାଭେଲିନ୍ ଥ୍ରୋରୁ ମଧ୍ୟ ପଦକ ବିଜୟ ଆଶା ରଖିଛି ।

ତେବେ ବର୍ତ୍ତମାନ ସୁଦ୍ଧା ପଦକ ତାଲିକାରେ କେଉଁ ଦେଶର କେଉଁ ସ୍ଥାନରେ ରହିଛି ତାହା ଉପରେ ନଜର ପକାନ୍ତୁ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details