ଓଡିଶା

odisha

ETV Bharat / sports

Tokyo Olympics: ଜାଣନ୍ତୁ କିଏ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀଙ୍କ ‘ଦ୍ରୋଣ’ - ଭାରତୀୟ ହକି କ୍ୟାପ୍ଟେନ ରାନୀ ରାମପାଲ

ରାଣୀଙ୍କ ପ୍ରତିଭା ଦେଖି କୋଚ୍ ସର୍ଦ୍ଦାର ବଲଦେବ ସିଂହ ତାଙ୍କ ପାଇଁ ଦ୍ରୋଣାଚାର୍ଯ୍ୟ ସାଜିଥିଲେ । ସେ ରାନୀଙ୍କୁ ତାଙ୍କ ‘ଶାହାବାଦ୍ ହକି ଏକାଡେମୀ’ରେ ହକି ଖେଳିବା ଶିଖାଇ ସହ, ତାଙ୍କୁ ହକି କିଟ୍ ଏବଂ ଜୋତା ମଧ୍ୟ ଦେଇଥିଲେ । ଅଧିକ ପଢ଼ନ୍ତୁ...

indian women hockey team captain, Rani Rampal's coach, Tokyo Olympics, ଭାରତୀୟ ହକି କ୍ୟାପ୍ଟେନ ରାନୀ ରାମପାଲ, କୋଚ୍ ସର୍ଦ୍ଦାର ବଲଦେବ ସିଂହ
Tokyo Olympics: ଜାଣନ୍ତୁ କିଏ ଭାରତୀୟ ହକି କ୍ୟାପ୍ଟେନ ରାନୀ ରାମପାଲଙ୍କ ‘ଦ୍ରୋଣ’

By

Published : Aug 2, 2021, 10:56 PM IST

ଟୋକିଓ (Tokyo):ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି । ମହିଳା ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ପଦକ ଜିତିବା ପାଇଁ ଆଉ ପାଦେ ଆଗେଇଛି । ତେବେ ଦଳର ଅଧିନାୟକ ରାନୀ ରାମପାଲଙ୍କର ବିଶ୍ବାସ ରହିଛି ଯେ, ତାଙ୍କ ଦଳ ସେମିଫାଇନାଲରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବ । ହରିୟାଣା ଶାହବାଦର ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ରାନୀଙ୍କ ପାଖରେ ହକି କିଟ୍ ଏବଂ ଜୋତା କିଣିବାକୁ ଟଙ୍କା ନଥିଲା, ଯେତେବେଳେ ତାଙ୍କ ବାପା ଏକ ଟାଙ୍ଗା ଚଲାଉଥିଲେ ।

କିନ୍ତୁ ଦାରିଦ୍ର୍ୟ ରାନୀଙ୍କ ପ୍ରତିଭାକୁ ଲୁଚାଇ ପାରିନଥିଲା । ରାନୀଙ୍କ ପ୍ରତିଭା ଦେଖି କୋଚ୍ ସର୍ଦ୍ଦାର ବଲଦେବ ସିଂହ ତାଙ୍କ ପାଇଁ ଦ୍ରୋଣାଚାର୍ଯ୍ୟ ସାଜିଥିଲେ । ସେ ରାନୀଙ୍କୁ ତାଙ୍କ ‘ଶାହାବାଦ୍ ହକି ଏକାଡେମୀ’ରେ ହକି ଖେଳିବା ଶିଖାଇବା ସହ, ତାଙ୍କୁ ହକି କିଟ୍ ଏବଂ ଜୋତା ମଧ୍ୟ ଦେଇଥିଲେ ।

ଚଣ୍ଡିଗଡ଼ରେ ତାଲିମ ସମୟରେ କୋଚ୍ ବଲଦେବ ସିଂ ତାଙ୍କ ଘରେ ରହିବାର ବ୍ୟବସ୍ଥା କରିଥିଲେ। ବିଶେଷ କଥା ହେଉଛି ସେହି ସମୟ ମଧ୍ୟରେ ବାଲଦେବ ସିଂଙ୍କ ପତ୍ନୀ ‘ରାନୀ’ଙ୍କ ଡାଏଟ ର ଧ୍ୟାନ ରଖୁଥିଲେ । ଏହା ପରେ ରାନୀ ରାମପାଲ ଆଉ ପଛକୁ ଫେରି ଚାହିଁନାହାନ୍ତି ।

ରାନୀଙ୍କ ପିତାଙ୍କ ନାମ ହେଉଛି ରାମପାଲ । ରାନୀ ମାତ୍ର ୬ ବର୍ଷ ବୟସରେ ହକି ଖେଳିବା ଆରମ୍ଭ କରିଥିଲେ । ସେତେବେଳେ ପରିବାରର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା, ତେଣୁ ଅନେକ ବଧା ତାଙ୍କ ଆଗରେ ରହିଥିଲା । ଆଖପାଖରେ ଥିବା ସାମାଜିକ ପରିବେଶର ପ୍ରତିବନ୍ଧକକୁ ମଧ୍ୟ ସାମ୍ନା କରିବାକୁ ପଡିଥିଲା ରାନୀଙ୍କୁ । ପିତା ରାମପାଲ ଜାଣିଥିଲେ ଯେ ଯଦି ସେ ରାନୀଙ୍କ ସ୍ବପ୍ନକୁ ପୂରଣ କରନ୍ତି ତେବେ ପରିବାରର ଅନ୍ୟ ସଦସ୍ୟ ରାସ୍ତାକୁ ଆସିଥିବେ । ଏହା ସତ୍ତ୍ବେ ସେ ନିଜ ସାମର୍ଥ୍ୟରୁ ବାହାରି ରାନୀଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇବାକୁ ଚେଷ୍ଟା କଲେ ।

ଏକାଡେମୀରେ ରାନୀଙ୍କ ପାଖରେ ହକି ଷ୍ଟିକ୍ କିମ୍ବା ଜୋତା, ଟ୍ରାକସୁଟ ଆଦି ନଥିଲା, ଯାହାକୁ ନେଇ ରାନୀ ଖୁବ୍‌ ମନ ଦୁଃଖ କରିଥିଲେ । ସେତିକି ବେଳେ କୋଚ୍ ବଲଦେବ ସିଂହ ରାନୀଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ ସମସ୍ତ ପର୍କାର ସାହାଯ୍ୟ ଯୋଗାଇ ଦେଇଥିଲେ । ରାନୀଙ୍କ ପାଇଁ ସେ ସାଜିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ ।

ତେବେ ପରେ ଭାରତ ସରକାର ତାଙ୍କୁ ‘ଦ୍ରୋଣାଚାର୍ଯ୍ୟ’ ପୁରସ୍କାରରେ ସମ୍ମାନିତ ମଧ୍ୟ କରିଛନ୍ତି । ରାନୀ ରାମପାଲ କହନ୍ତି ଯେ, ‘କୋଚ ବଲଦେବ ସିଂ ମତେ ବହୁତ ସାହାଯ୍ୟ କରିଛନ୍ତି । ସେତେବେଳେ ମତେ ସମାଜ ସହିତ ମଧ୍ୟ ଲଢ଼େଇ କରିବାକୁ ପଡ଼ୁଥିଲା । ହକି ଖେଳାଳିର ପୋଷାକକୁ ନେଇ ମଧ୍ୟ ଅନେକ କଥା ଶୁଣିବାକୁ ପଡ଼ୁଥିଲା । କୋଚ୍‌ କହିଥିଲେ, ଚିନ୍ତା କରନ୍ତି, ଏବେ ତୁମକୁ କେବଳ ଆଗକୁ ବଢ଼ିବାର ଅଛି ସେକଥା ଚିନ୍ତା କର । ଦେଶ ପାଇଁ ଖେଳିବାକୁ ହେବ ।

ରାନୀ ତାଙ୍କ ପିତାଙ୍କୁ ଆଶ୍ବାସନା ଦେଇଥିଲେ ଯେ ତାଙ୍କୁ ଏକ ସୁଯୋଗ ଦିଆଯାଉ । ବାପା ରାମପାଲ ପଚାରିଥିଲେ, ହକି ସାମଗ୍ରୀର ମୂଲ୍ୟ କେତେ ହେବ ? ସେତେବେଳେ ରାନୀ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହା ଆମ ସ୍ଥିତି ବାହାରେ । ତେବେ କୌଣସି ପ୍ରକାରେ କିଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଗାଡ଼ ହୋଇଥିଲା । ଯାହା ପରେ ରାନୀ ପୁଣିଥରେ ତାଙ୍କ ବାପାଙ୍କୁ ପଚାରିଲେ, ବର୍ତ୍ତମାନ ଆପଣ ମତେ ଖେଳିବାକୁ ଅନୁମତି ଦିଅନ୍ତୁ । ମୁଁ ଆପଣଙ୍କୁ ଏକ ସୁଯୋଗ ମାଗୁଛି । ଯଦି ଆପଣଙ୍କୁ କୌଣସି ସ୍ଥିତିରେ ଅନୁଭବ ହୁଏ ଯେ ମୁଁ ଭୁଲ ନିଷ୍ପତ୍ତି ନେଇଛି, ତେବେ ମୁଁ ଆଉ ଖେଳିବି ନାହିଁ । ତାପରେ ରାନୀ ନିଜ କୋଚଙ୍କୁ ଭେଟିଲେ ଆଉ ତାଙ୍କ ସ୍ବପ୍ନର ଉଡ଼ାଣ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details