ଓଡିଶା

odisha

ETV Bharat / sports

Tokyo Olympics: ଖେଳାଳିଙ୍କୁ ପଦକ ଜିତାଇଥିବା କୋଚଙ୍କୁ ଅର୍ଥରାଶି ପୁରସ୍କାର - କୋଚଙ୍କୁ ଅର୍ଥରାଶି ପୁରସ୍କାର

ଖେଳାଳିଙ୍କୁ ପଦକ ଜିତାଇବାରେ ସହାୟକ ହୋଇଥିବା କୋଚଙ୍କୁ ଅର୍ଥରାଶି ପୁରସ୍କାର ଦେବାକୁ ଘୋଷଣା କଲା IOA (Indian Olympic Association) । ଅଧିକ ପଢ଼ନ୍ତୁ...

IOA announces cash prize for coach, cash prize for coach, coach who heip athletes win medal, tokyo olympics,  ପଦକ ଜିତାଇଥିବା କୋଚଙ୍କୁ ଅର୍ଥରାଶି ପୁରସ୍କାର, ଭାରତୀୟ ଅଲମ୍ପିକ ସଂଘ, indian olympic association, କୋଚଙ୍କୁ ଅର୍ଥରାଶି ପୁରସ୍କାର, ଟୋକିଓ ଅଲମ୍ପିକ
Tokyo Olympics: ଖେଳାଳିଙ୍କୁ ପଦକ ଜିତାଇଥିବା କୋଚଙ୍କୁ ଅର୍ଥରାଶି ପୁରସ୍କାର

By

Published : Jul 24, 2021, 6:51 PM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ସଂଘ (IOA) ଘୋଷଣା କରିଛି ଯେ ଯେଉଁ କୋଚମାନେ ଚଳିତ Tokyo Olympics ଖେଳାଳିଙ୍କ ସହ ରହି ସେମାନଙ୍କୁ ଟ୍ରେନିଂ ଦେଉଛନ୍ତି ତାଙ୍କୁ ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯିବ ।

ଯେଉଁ କୋଚମାନେ ଆଥଲେଟଙ୍କୁ ସ୍ବର୍ଣ୍ଣ ପଦକ ଜିତିବାରେ ସାହାଯ୍ୟ କରିବେ, ସେମାନଙ୍କୁ ୧୨.୫ ଲକ୍ଷ ଟଙ୍କା ପୁରସ୍କାର, ରୌପ୍ୟ ଜିତିବାରେ ସାହାଯ୍ୟ କରିଥିବା କୋଚଙ୍କୁ ୧୦ ଲକ୍ଷ ଓ କାଂଶ୍ୟ ପଦକ ଜିତିବାରେ ସାହାଯ୍ୟ କରିଥିବା କୋଚଙ୍କୁ ୭.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି IOA ।

‘‘ଯେଉଁ କୋଚ ମାନେ ଏଠାରେ ରହି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସେମାନଙ୍କୁ ଅର୍ଥରାଶି ପୁରସ୍କାର ଦିଆଯିବ, ଯାହାଦ୍ବାରା ତାଙ୍କ ମନୋବଳ ଆହୁରି ବଢ଼ିବ । ମୀରାବାଇଙ୍କ କୋଚ ବିଜୟ ଶର୍ମାଙ୍କୁ ୧୦ ଲକ୍ଷ ଦିଆଯିବ,’’ ବୋଲି କହିଛନ୍ତି IOA ସେକ୍ରେଟାରୀ ଜେନେରାଲ ରାଜୀବ ମେହତା ।

ଭାରତର ପଦକ ତାଲିକାକୁ ପ୍ରଥମ ଦିନ ହିଁ ଶୂନରୁ ୧ କରିଛନ୍ତି ମୀରାବାଇ ଚାନୁ । ୪୯ କିଗ୍ରା ମହିଳା ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଇ ।

ପ୍ରତିଯୋଗିତାରେ ଚାନୁ ୪ ଥରରେ ମୋଟ ୨୦୨ କିଗ୍ରା ଭାର ଉତ୍ତୋଳନ କରିଥିଲେ । ଚୀନର ଝିହୁଇ ହୋଉ ୨୧୦ କିଗ୍ରା ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାତେଇଥିବାବେଳେ ଇଣ୍ଡୋନେସିଆର ୱିଣ୍ଡି କାଣ୍ଟିକା ଐଶା ୧୯୪ କିଗ୍ରା ଉତ୍ତୋଳନ କରି କାଂଶ୍ୟ ଜିତିଛନ୍ତି ।

ମୀରାବାଇଙ୍କ କୋଚ ବିଜୟ ଶର୍ମା ଶନିବାର କହିଛନ୍ତି ଯେ, ‘‘ରିଓ ଅଲମ୍ପିକର ପରାଜୟ ଆଜି ଆମକୁ ଏଠାରେ ଆଣି ପହଞ୍ଚାଇଛି । କୋଚଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଯଦି ଖେଳାଳି ଅନୁଶାସିତ ନଥାଏ ତେବେ କୋଚ ମଧ୍ୟ କିଛି କରିପାରିବ ନାହିଁ । ମୁଁ କହିବି ଯେ ଏହି ବିଜୟରେ ମୀରାବାଇଙ୍କ ଭୂମିକା ହିଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା କାରଣ ସେ ଖୁବ ପରିଶ୍ରମୀ ଯାହା ଫଳରେ ସେ ଏହି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି ।’’

‘‘ଆମେ ଆହୁରି ଭଲ କରିପାରିଥାନ୍ତୁ, କିନ୍ତୁ ଆମେ ରୌପ୍ୟ ପଦକରେ ବି ଖୁବ୍‌ ଖୁସି । ମୀରାବାଇ ମତେ କହିଲେ ଯେ ଆମର ଅଲମ୍ପିକ ପଦକ ଜିତିବାର ସ୍ବପ୍ନ ସାକାର ହୋଇଛି’’ ବୋଲି ଶର୍ମା କହିଛନ୍ତି ।

@ANI

ABOUT THE AUTHOR

...view details