ଟୋକିଓ:ପାରାଲମ୍ପିକ୍ସର ଟେବୁଲ ଟେନିସ ଇଭେଣ୍ଟ ଗ୍ରୁପ-ଡି C୩ କାଟାଗୋରୀ ମ୍ୟାଚରେ ପରାଜିତ ହେଲେ ଭାରତୀୟ ପେଡଲର ସୋନାଲବେନ ପଟେଲ । C୩ କାଟାଗୋରୀ ପ୍ରଥମ ରାଉଣ୍ଡରେ ଦକ୍ଷିଣ କୋରିଆର ଲି' ମି-ଗ୍ୟୁଙ୍କୁ ଭେଟିଥିଲେ ସୋନାଲବେନ । ମହିଳା ଏକକ ବର୍ଗ ବିଭାଗରେ ଦକ୍ଷିଣ ଆଫ୍ରିକାର ପେଡଲରଙ୍କଠାରୁ ୩-୧ରେ ପରାଜିତ ହୋଇଛନ୍ତି ସୋନାଲ ବେନ ।
ପ୍ରଥମ ସେଟରେ ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହି ସେଟକୁ ୧୦-୧୨ରେ ଜିତି ନେଇଥିଲେ ସୋନାଲବେନ । ଏହାପରେ ଲଗାତାର ୩ଟି ସେଟ୍ ୧୧-୫, ୧୧-୩ ଓ ୧୧-୯ରେ ଲି' ମି-ଗ୍ୟୁ ସୋନାଲବେନଙ୍କୁ ପରାଜିତ କରିଛନ୍ତି । ଦୀର୍ଘ ୩୦ ମିନିଟ ଧରି ଏହି ମ୍ୟାଚ ଚାଲିଥିଲା ।