ନୂଆଦିଲ୍ଲୀ:ଆଉ ଦିନ କେଇଟା ପରେ Tokyo Paralympics ୨୦୨୧ର ମହାକୁମ୍ଭ ଆରମ୍ଭ ହେବ । ଯେଉଁଠି ବିଶ୍ବର ହଜାର ହଜାର ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ନିଜ ନିଜ ପରାକାଷ୍ଠା ଦେଖାଇ ଦେଶକୁ ଗୌରବାନ୍ବିତ କରିବାର ସୁଯୋଗ ପାଇବେ । ବିଭିନ୍ନ ଇଭେଣ୍ଟରେ ଭାଗ ନେଇ ବିଶ୍ବର ଜଣାଶୁଣା ଓ କମ ପରିଚିତ ଦିବ୍ୟାଙ୍ଗ କ୍ରୀଡ଼ାବିତ ।
ଟେବୁଲ ଟେନିସରେ ପଟେଲ ଯୋଡ଼ି ଭରସା
ତେବେ ଅଗଷ୍ଟ 24 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଭାରତୀୟ ପାରାଲମ୍ପିଆନମାନେ ବିଭିନ୍ନ ଇଭେଣ୍ଟରେ ଜଲୱା ଦେଖାଇବେ । ଚଳିତ ବର୍ଷ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ପକ୍ଷରୁ ଟେବୁଲ ଟେନିସ ପାଇଁ ହ୍ବିଲ ଚେୟାରର କାଟାଗୋରୀ-4ରେ ଭାବିନା ପଟେଲ ଓ ହ୍ବିଲ ଚେୟାରର କାଟାଗୋରୀ-3ରେ ସୋନାଲବେନ ପଟେଲ ପ୍ରତିଦ୍ବନ୍ଦିତା କରିବେ ।
ଅଗଷ୍ଟ 25 ତାରିଖରେ ଆରମ୍ଭ ହେବ ଏହି ଇଭେଣ୍ଟ । ଏଥିରେ ଦୁଇ କ୍ରୀଡ଼ାବିତ ଭଲ ପ୍ରଦର୍ଶନ କରି ପଦକ ହାସଲ କରିବେ ଆଶା ରଖିଛନ୍ତି । ସିଙ୍ଗଲ୍ସ ଛଡ଼ା ଏହି ଦୁଇ ଜଣ ଡବଲ୍ସ ଇଭେଣ୍ଟରେ ମଧ୍ୟ ଏକାସାଙ୍ଗରେ ପ୍ରତିଦ୍ବନ୍ଦିତା କରିବେ । 25, 26 ଓ 27 ତାରିଖରେ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହାପରେ ଅଗଷ୍ଟ 28 ଓ ୨୯ ତାରିଖରେ ଯଥାକ୍ରମେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ ।
ଟାଇକୋଣ୍ଡରେ ପଦକ ଆଶା
କେବଳ ଟେବୁଲ ଟେନିସ କାହିଁକି, ଟାଇକୋଣ୍ଡରେ ମଧ୍ୟ ଭାରତ ପକ୍ଷରୁ ଏକ ପଦକ ଆଶା କରାଯାଉଛି । ଭାରତ ପକ୍ଷରୁ ଜଣେ ମାତ୍ର ପାଲାଲମ୍ପିଆନ ଅରୁଣା ତନୱାର ଏହି ଇଭେଣ୍ଟରେ ଭାଗ ନେବେ । ହରିୟାଣାର ଏହି ୨୧ ବର୍ଷୀୟା କ୍ରୀଡ଼ାବିତ ୪୯ କେଜି ବର୍ଗରେ K୪୪ କାଟାଗୋରୀରେ ପ୍ରତିଦ୍ବନ୍ଦିତା କରିବେ । ସେପ୍ଟେମ୍ବର ୨ ତାରିଖରୁ ରାଉଣ୍ଡ ୧୬ରୁ ଏହି ଇଭେଣ୍ଟ ଆରମ୍ଭ ହେବ ।