ଟୋକିଓ: ଶୁକ୍ରବାରର Tokyo Olympics ରେ ବ୍ୟାଡମିଣ୍ଟନ, ବକ୍ସିଂ, ହକି ଆଦିରେ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ତେବେ ଜାଣନ୍ତୁ ଶନିବାର ପାଇଁ କଣ ରହିଛି ଭାରତର କାର୍ଯ୍ୟସୂଚୀ ଓ କେଉଁ ଖେଳାଳିଙ୍କ ଉପରେ ରହିବ ସଭିଙ୍କ ନଜର ।
ଭାରତୀୟ ସମୟ ସକାଳ ୪.୧୫ ରୁ : ଗଲ୍ଫ (ଦ୍ବିତୀୟ ରାଉଣ୍ଡ)- ଅନିର୍ବାନ ଲେହରୀ
ଭାରତୀୟ ସମୟ ସକାଳ ୬.୦୦ ଟାରୁ : ଆଥଲେଟିକ୍ସ (ମହିଳା ଡିସକସ ଥ୍ରୋ, କ୍ବାଲିଫିକେସନ ଗ୍ରୁପ-ଏ)- ସୀମା ପୁନିଆ
ଭାରତୀୟ ସମୟ ସକାଳ ୬.୦୦ ଟା: ଗଲ୍ଫ (ତୃତୀୟ ରାଉଣ୍ଡ)- ଅନିର୍ବାନ ଲେହରୀ
ଭାରତୀୟ ସମୟ ସକାଳ ୭.୧୮ରୁ: ତୀରନ୍ଦାଜୀ- (ପୁରୁଷ ବ୍ୟକ୍ତିଗତ ୧/8 ଏଲିମିନେଶନ)- ଅତନୁ ଦାସ
ଭାରତୀୟ ସମୟ ସକାଳ 7.25ରୁ: ଆଥଲେଟିକ୍ସ ( ମହିଳା ଡିସକସ ଥ୍ରୋ, କ୍ବାଲିଫିକେସନ ଗ୍ରୁପ-ବି)- କମଲପ୍ରୀତ କୌର
ଭାରତୀୟ ସମୟ ସକାଳ ୭.୩୦ରୁ: ବକ୍ସିଂ (ପ୍ରିଲିମ୍ସ- ରାଉଣ୍ଡ ଅଫ୍-୧୬, ପୁରୁଷ ୫୨ କିଗ୍ରା)- ଅମିତ ପଙ୍ଘାଲ
ଭାରତୀୟ ସମୟ ସକାଳ ୮.୩୦ରୁ: ଶୁଟିଂ (ମହିଳା ୫୦ ମିଟର ରାଇଫଲ, ୩ ପୋଜିସନ କ୍ବାଲିଫିକେସନ)- ତେଜସ୍ବିନୀ ସାୱନ୍ତ, ଅଞ୍ଜୁମ ମୌଦଗିଲ