ଟୋକିଓ: ଟୋକିଓ ଅଲମ୍ପିକ୍ସର ଆଉ ଏକ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡ଼ିଛି । ପୁଲ-ଏ'ର ଦ୍ବିତୀୟ ମ୍ୟାଚରେ ଜର୍ମାନୀ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ୨-୦ରେ ପରାଜିତ ହେବାକୁ ପଡ଼ିଛି । ମ୍ୟାଚ ଆରମ୍ଭରୁ ହିଁ ଜର୍ମାନୀ ଦଳ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା । ଫଳରେ ଦଳ ମ୍ୟାଚର ପ୍ରଥମାର୍ଦ୍ଧରେ ହିଁ ଗୋଟିଏ ଗୋଲ ଦେଇ ମ୍ୟାଚରେ ଅଗ୍ରଣୀ ରହିଥିଲା ।
ହାପ୍ ଟାଇମ ପରେ ଭାରତୀୟ ମହିଳା ଦଳକୁ ଗୋଟିଏ ପେନାଲ୍ଟି ସୁଟ୍ ଆଉଟ ସୁଯୋଗ ମିଳିଥିଲା । ହେଲେ ଏହାର ସୁଯୋଗ ନେବାରେ ଭାରତୀୟ ଦଳ ଅସଫଳ ରହିଥିଲା । ତୃତୀୟ କ୍ବାର୍ଟର ବେଳକୁ ଭାରତକୁ ଆଉ ଏକ ଗୋଲ ଦେଇ ମ୍ୟାଚରୁ ଭାରତୀୟ ଦଳକୁ ଏକ ପ୍ରକାର ବାହାର କରି ଦେଇଥିଲା ଜର୍ମାନୀ ମହିଳା ଦଳ ।
ମ୍ୟାଚର ୩୨ତମ ମିନିଟରେ ଭାରତର ଗୁରଜିତ ସିଂହଙ୍କୁ ଜର୍ମାନୀକୁ ପେନାଲ୍ଟି କର୍ଣ୍ଣର ସୁଟ୍ କରିବାକୁ ସୁଯୋଗ ମିଳିଥିଲା । ହେଲେ ଏହାର ସୁଯୋଗ ଉଠାଇ ପାରିନଥିଲେ ଗୁରଜିତ । ଏହାର ଠିକ ୩ ମିନିଟ ପରେ ଭାରତକୁ ଦ୍ବିତୀୟ ଗୋଲ ଦେଇଥିଲେ ଆନେ ସ୍କ୍ରୋଡର ।