ଟୋକିଓ:ପାରାଲମ୍ପିକ୍ସର ତୀରନ୍ଦାଜ ଇଭେଣ୍ଟରେ କ୍ବାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମିକ୍ସଡ କମ୍ପାଉଣ୍ଡ ଯୋଡ଼ି । ଫାଇନାଲ ଫିଲ୍ଡ ମ୍ୟାଚରେ ଭାରତର ରାକେଶ କୁମାର ଓ ଜ୍ୟୋତି ବାଲ୍ୟନ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଦୁଇ ଭାରତୀୟ ପାରାଲମ୍ପିଆନ ଥାଇଲାଣ୍ଡର ଯୋଡ଼ିକୁ ମାତ୍ ଦେଇ କ୍ବାର୍ଟର ଫାଇାନାଲରେ ପହଞ୍ଚିଛନ୍ତି ।
ରାଉଣ୍ଡ ୧୬ରେ ଥାଇଲାଣ୍ଡର ପ୍ରାଫାପୋର୍ଣ୍ଣ ଓ ଆନୋନଙ୍କୁ ୧୪୭-୧୪୧ ପଏଣ୍ଟରେ ମାତ ଦେଇଛନ୍ତି । ଏହି ମ୍ୟାଚରେ ଦୁଇ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରି ଲଗାତାର ପ୍ରତ୍ୟେକ ସେଟରେ ଆଗୁଆ ରହିଥିଲେ । ତେବେ ପ୍ରଥମ ସେଟରେ ଥାଇଲାଣ୍ଡର ପାରାଲମ୍ପିଆନ ଭାରତୀୟ ଖେଳାଳିଙ୍କୁ ଗୋଟିଏ ପଏଣ୍ଟରେ ମାତ ଦେଇଥିଲେ ।