ଓଡିଶା

odisha

ETV Bharat / sports

ପଦକ ହାସଲ କରିବା ପରେ ବାପାଙ୍କୁ ମନେ ପକାଇଲେ IAS ଅଧିକାରୀ ସୁହାସ - ପାରାଲମ୍ପିକ୍ସରେ ସୁହାସଙ୍କ ପ୍ରଦର୍ଶନ

ଟୋକିଓ ପାରାଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ଆଇଏଏସ ସୁହାସ ଲଲିନାକେରେ ୟଥିରାଜ । ଏହି ଐତିହାସିକ କ୍ଷଣ ପରେ ସେ ବିଜୟୀ ହୋଇଥିବା ପଦକକୁ ନିଜ ବାପାଙ୍କୁ ସମର୍ପିତ କରିଛନ୍ତି । ଅଧିକ ପଢ଼ନ୍ତୁ...

ପଦକ ହାସଲ କରିବା ପରେ ବାପାଙ୍କୁ ମନେ ପକାଇଲେ IAS ଅଧିକାରୀ ସୁହାସ
ପଦକ ହାସଲ କରିବା ପରେ ବାପାଙ୍କୁ ମନେ ପକାଇଲେ IAS ଅଧିକାରୀ ସୁହାସ

By

Published : Sep 5, 2021, 9:27 PM IST

ଟୋକିଓ: ଟୋକିଓ ପାରାଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ଆଇଏଏସ ସୁହାସ ଲଲିନାକେରେ ୟଥିରାଜ । ଏହି ଐତିହାସିକ କ୍ଷଣ ପରେ ସେ ବିଜୟୀ ହୋଇଥିବା ପଦକକୁ ନିଜ ବାପାଙ୍କୁ ସମର୍ପିତ କରିଛନ୍ତି । ଯିଏ ଆଉ ଏହି ଦୁନିଆରେ ନାହାନ୍ତି । SL4 କାଟାଗୋରୀର ବ୍ୟାଡମିଣ୍ଟନ ଇଭେଣ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ନିଜ ବାପାଙ୍କୁ ଦେଇଛନ୍ତି ସୁହାସ ।

ସୁହାସ ୟଥିରାଜ କର୍ଣ୍ଣାଟକ ସୁରକତାଲ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବର୍ତ୍ତମାନ ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ନଗର ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ବରେ ରହିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ହେବା ପରେ ମଧ୍ୟ ସୁହାସ କ୍ରୀଡ଼ା ଜଗତରେ ନିଜ ଛାପ ଛାଡ଼ିବାକୁ ଚାହୁଁଥିଲେ । କାରଣ ପୁଅ ଜଣେ ବଡ଼ ସରକାରୀ ଅଧିକାରୀ ସହ କ୍ରୀଡ଼ା କ୍ଷେତ୍ରରେ ନାଁ କରୁ ବୋଲି ଚାହୁଁଥିଲେ ୟଥିରାଜଙ୍କ ବାପା ।

ପିଲାଟି ଦିନରୁ ଗୋଇଠିରେ ସୁହାସଙ୍କ ସମସ୍ୟା ରହିଥିଲା । ଏହାସତ୍ତ୍ବେ ତାଙ୍କ ବାପାଙ୍କୁ ତାଙ୍କ କ୍ରୀଡ଼ା ପ୍ରତି ସବୁବେଳେ ପ୍ରୋତ୍ସାହିତ କରି ଆସିଥିଲେ ବୋଲି ସେ କହିଛନ୍ତି । ବାପାଙ୍କ ଏହି ସ୍ବପ୍ନକୁ ସେ ଆଜି ସାକାର କରିପାରିଛନ୍ତି ବୋଲି ସେ କହିଛନ୍ତି । ପଦକ ହାସଲ କରିବା ପରେ ମଧ୍ୟ ସୁହାସ ତାଙ୍କ ବାପାଙ୍କୁ ମନେ ପକାଇଛନ୍ତି ।

ସୁହାସ କହିଛନ୍ତି ଯେ, "ଆଜି ମୁଁ ମୋ ବାପାଙ୍କୁ ମନେ ପକାଉଛି । କାରଣ ତାଙ୍କରି ପାଇଁ ଆଜି ମୁଁ ବିଶ୍ବସ୍ତରରେ ପହଞ୍ଚି ପାରିଛି । ମୁଁ ପଦକ ହାସଲ କରି ପାରିଛି । ଏହି ମୋ ପାଇଁ ଅତ୍ୟନ୍ତ ଖୁସି ଓ ଗର୍ବର ମୂହୁର୍ତ୍ତ । ପଦକ ହାସଲ କରିବା ପରେ ଅନେକ ମୋତେ ଶୁଭେଚ୍ଛା ଜଣାଇଛନ୍ତି । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ।"

ଆଇଏଏସ ଅଧିକାରୀ ପାରାଲମ୍ପିକ୍ସ ପଦକ ବିଜେତା ସୁହାସ ୟଥିରାଜ କହିଛନ୍ତି ଯେ, "ବାପାଙ୍କ ସମର୍ଥନ ଯୋଗୁଁ ମୁଁ କେବେ ନିଜକୁ ଅକ୍ଷମ ମଣିନାହିଁ । ଦିବ୍ୟାଙ୍ଗ ବୋଲି କେବେ ମୋ ପାଇଁ କିଛି ଘରେ ସ୍ବତନ୍ତ୍ର କରାଯାଇନାହିଁ । ମୋ ବାପା ଓ ମାଆ ସବୁବେଳେ ସ୍କୁଲରେ ଅନ୍ୟ ପିଲାଙ୍କ ସହ ଖେଳ କୁଦରେ ଭାଗ ନେବାକୁ ପ୍ରୋତ୍ସାହିତ କରି ଆସିଥିଲେ । ମୋ ମତରେ ପ୍ରତ୍ୟେକ ପିଲାଙ୍କୁ କିଛି କରିବାର ପ୍ରୋତ୍ସାହନ ପ୍ରଥମେ ଘରୁ ମିଳିବା ଦରକାର । "

ପରିବାର ଲୋକଙ୍କ ସମର୍ଥନ ଯୋଗୁଁ ସୁହାସ ୟଥିରାଜ ୨୦୧୨ ମସିହାରୁ ବ୍ୟାଡମିଣ୍ଟନକୁ ଗମ୍ଭୀରତାର ସହ ଖେଳିବାକୁ ଲାଗିଲେ । କାମରୁ ଅବସର ମିଳିଲେ ବ୍ୟାଡମିଣ୍ଟନ ଅଭ୍ୟାସରେ ଲାଗି ପଡ଼ନ୍ତି ସୁହାସ ୟଥିରାଜ । ଏହି ସମୟ ମଧ୍ୟରେ କେତେକ ବନ୍ଧୁ ବ୍ୟାଡମିଣ୍ଟନ ଖେଳରେ ଜାତୀୟ ସ୍ତରକୁ ନେବାକୁ ପ୍ରୋତ୍ସାହନ ଦେଇଥିଲେ । ଏଥିରେ ସୁହାସଙ୍କ ପତ୍ନୀ ରିତୁ ମଧ୍ୟ ସାମିଲ ରହିଛନ୍ତି । ଏଥିରେ ଯାହାର ଫଳ ସେ ପାଇପାରିଛନ୍ତି ।

ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ପୂର୍ବରୁ ସୁହାସ ବାଙ୍ଗାଲୋରରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ସେଥିରୁ ମିଳୁଥିବା ବେତନରେ ବହୁତ ଖୁସି ଥିଲେ ସୁହାସ । ଖାଲି ବାଙ୍ଗାଲୋର ନୁହେଁ, ସୁହାସ ବ୍ୟାଙ୍ଗକକ୍, ଓ ଜର୍ମାନୀ ଭଳି ଦେଶରେ ମଧ୍ୟ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଏହାରି ଭିତରେ ମଧ୍ୟ ବାପାଙ୍କ ସ୍ବପ୍ନ ପୂରଣ କଥା ସେ ଭୁଲି ଯାଇନଥିଲେ ।

୨୦୦୭ ମସିହାରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କଲେ ସୁହାସ । ଏହାପରେ ୨୦୧୨ରୁ ବ୍ୟାଡମିଣ୍ଟନ ପ୍ରତି ଗମ୍ଭୀର ହେବାକୁ ସେ ଲାଗିଥିଲେ । ଯାହାଫଳରେ ୨୦୧୬ରେ ଜାକର୍ତ୍ତା ଏସିଆନ ପାରା ଗେମ୍ସରେ କାଂସ୍ୟ ପଦକ ହାସଲ କରିଥିଲେ ସୁହାସ । ଏହାପରେ ଏସିଆନ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ସୁହାସ । ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ସେ ୫ଟି ସ୍ବର୍ଣ୍ଣ ପଦକ, ୪ଟି ରୌପ୍ୟ ପଦକ ଓ ୭ଟି କାଂସ୍ୟ ପଦକ ହାସଲ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details