ଟୋକିଓ:କୁସ୍ତିଯୋଦ୍ଧା ରବି ଦହିୟା ପରାଜୟର ମୁହଁରୁ ଫେରିଆସି ରଚିଲେ ଇତିହାସ। ଚଳିତ ଟୋକିଓ ଅଲମ୍ପିକର ପୁରୁଷ ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମୁକାବିଲାରେ ରବି ତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ନୁରିସଲାମ ସନାୟେବଙ୍କ ଠାରୁ ୨-୯ରେ ପଛରେ ରହିଥିଲେ । ମ୍ୟାଚ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ମିନିଟ୍ରୁ କମ ସମୟ ଥିଲା । ମାତ୍ର ହାର୍ ମାନିବାକୁ ପ୍ରସ୍ତୁତ ନଥିଲେ ଭାରତୀୟ ଯୁବ କୁସ୍ତିଯୋଦ୍ଧା । ଶେଷ ମୂହୂର୍ତ୍ତରେ ଅବିଶ୍ବସନୀୟ ଭାବେ ବାଜି ପଲଟାଇଦେଲେ, ମାତ୍ର କିଛି ସମୟ ମଧ୍ୟରେ ସ୍କୋରବୋର୍ଡରେ ବଡଧରଣର ଓଲଟପାଲଟ ହୋଇଗଲା ।
ଯୁବ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପାଇଁ କର ବା ମର ସ୍ଥିତି ଥିଲା । ମ୍ୟାଚରେ ଶେଷ ୩୦ ସେକେଣ୍ଡ ବାକି ଥିଲା । ଚମତ୍କାର ପ୍ରଦର୍ଶନ ସହ ପ୍ରତିପକ୍ଷ ଯୋଦ୍ଧାଙ୍କୁ ତଳେ ପକାଇ ରଖିଥିଲେ ରବି । ଯାହା ପଏଣ୍ଟ ମିଟରକୁ ୭-୯ରେ ପହଞ୍ଚାଇଥିଲା, ଯାହାକି ଅଲମ୍ପିକ ଇତିହାସରେ ଅନ୍ୟତମ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ ପାଲଟିଯାଇଥିଲା ।