ଓଡିଶା

odisha

ETV Bharat / sports

Tokyo Paralympics: ଟୋକିଓରେ ପହଞ୍ଚିଲା ପ୍ରଥମ ଭାରତୀୟ ପାରାଲମ୍ପିଆନ୍ ଗ୍ରୁପ୍ - ପାରାଲମ୍ପିକ୍ସ ୨୦୨୦

Tokyo Paralympics ୨୦୨୦ରେ ଭାଗ ନେବା ପାଇଁ ପ୍ରଥମ ପାରାଲମ୍ପିଆନ ଗ୍ରୁପ ଟୋକିଓରେ ପଦାର୍ପଣ କରିଛି । ଅଗଷ୍ଟ ୨୪ ତାରିଖରୁ Tokyo Paralympics ମେଗା ଇଭେଣ୍ଟ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ...

Tokyo Paralympics: ଟୋକିଓରେ ପହଞ୍ଚିଲା ପ୍ରଥମ ଭାରତୀୟ ପାରାଲମ୍ପିଆନ୍ ଗ୍ରୁପ୍
Tokyo Paralympics: ଟୋକିଓରେ ପହଞ୍ଚିଲା ପ୍ରଥମ ଭାରତୀୟ ପାରାଲମ୍ପିଆନ୍ ଗ୍ରୁପ୍

By

Published : Aug 18, 2021, 3:53 PM IST

ଟୋକିଓ: Tokyo Paralympics ୨୦୨୦ରେ ଭାଗ ନେବା ପାଇଁ ପ୍ରଥମ ଭାରତୀୟ ପାରାଲମ୍ପିଆନ ଗ୍ରୁପ ଟୋକିଓରେ ପଦାର୍ପଣ କରିଛି । ଅଗଷ୍ଟ ୨୪ ତାରିଖରୁ Tokyo Paralympics ମେଗା ଇଭେଣ୍ଟ ଆରମ୍ଭ ହେବ । ପ୍ରଥମ ଗ୍ରୁପରେ ୯ଟି ଭିନ୍ନଭିନ୍ନ କ୍ରୀ଼ଡ଼ାରେ ଭାଗ ନେବାକୁ ଥିବା ୫୪ ଜଣ ଭାରତୀୟ ପାରାଲମ୍ପିଆନ ଟୋକିଓରେ ପହଞ୍ଚିଛନ୍ତି । ଏହି ଗ୍ରୁପରେ ୨୦୧୬ ରିଓ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମରିୟପ୍ପନ ସାମିଲ ରହିଛନ୍ତି ।

ଟୋକିଓ ପାରାଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଧ୍ବଜା ବାହାକ ଦାୟିତ୍ବ ମରିୟପ୍ପନଙ୍କୁ ଦିଆଯାଇଛି । ଅଗଷ୍ଟ ୨୭ ତାରିଖରୁ ଟୋକିଓ ପାରାଲମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତଙ୍କ ଅଭିଯାନ ଆରମ୍ଭ ହେବ । ତୀରନ୍ଦାଜ ପ୍ରତିଯୋଗିତାରେ ଭାରତୀୟ ପାରା-ଆଥଲେଟ ପ୍ରଥମେ ନିଜର କମାଲ ଦେଖାଇବେ । ଚଳିତ ପାରାଲମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ୍ ଭଲ ପ୍ରଦର୍ଶନ କରି ପଦକ ହାସଲ କରିବା ନେଇ ପ୍ରତ୍ୟେକ ପାରା-ଆଥଲେଟ୍ ଆଶାବାଦୀ ରହିଛନ୍ତି ।

ଏହାକୁ ନେଇ ପାରାଅଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ (PCI)ର ସଭାପତି ଦୀପା ମଲିକ୍ କହିଛନ୍ତି ଯେ, "ଭାରତୀୟ ଦଳ ଏହି ମେଗା ଇଭେଣ୍ଟ ପାଇଁ ବହୁତ ଭଲ ପ୍ରସ୍ତୁତି କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ସମସ୍ତେ ସଭିଏଁ ଶୁଭକାମନା ଜଣାଇଛନ୍ତି । ଏଥିପାଇଁ ଏହି କ୍ରୀଡ଼ା ମହାକୁମ୍ଭରେ ଆମେ ପଦକ ହାସଲ କରିବାକୁ ଆଶାବାଦୀ ରହିଛୁ । ପାରା-ଆଥଲେଟଙ୍କ ସହ କାମ କରିବା ଏକ ନିଆରା ଅନୁଭୁତି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details