ଟୋକିଓ: ଶନିବାର Tokyo Olympics ରେ ଭାରତୀୟ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସତ୍ତ୍ବେ ସେତେଟା ସଫଳତା ପାଇ ପାରିନଥିଲେ । ଶୁଟିଂ, ତୀରନ୍ଦାଜୀ, ବକ୍ସିଂ ରେ ପଦକ ଆଶା ମଉଳି ଯାଇଥିବା ବେଳେ ବ୍ୟାଡମିଣ୍ଟରେ ପରାଜୟ ସତ୍ତ୍ବେ କାଂଶ୍ୟ ପଦକ ପାଇଁ ବର୍ତ୍ତମାନ ମଧ୍ୟ ପିଭି ସିନ୍ଧୁଙ୍କ ଉପରେ ସଭିଙ୍କ ଆଶା ରହିଛି ।
ସେପଟେ ଭାରତୀୟ ମହିଳା ହକି ଟିମ୍ ଶନିବାର ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ମାତ ଦେଇଛି । ଏହାସହ ଆୟରଲାଣ୍ଡକୁ ଗ୍ରେଟ ବ୍ରିଟେନ ପରାସ୍ତ କରିବାରୁ କ୍ବାର୍ଟର ଫାଇନାଲରେ ମଧ୍ୟ ସ୍ଥାନ ପକ୍କା କରିଛି ଦଳ ।
ତେବେ ଆସନ୍ତୁ ନଜର ପକାଇବା ଶନିବାର କଣ ରହିଥିଲା ଭାରତର ଇଭେଣ୍ଟ ଓ ଫଳାଫଳ ।
ବ୍ୟାଡମିଣ୍ଟନ (ମହିଳା ଏକକ ବର୍ଗ ସେମି ଫାଇନାଲ): ତାଇ ଜୁ ୟିଙ୍ଗ ଙ୍କ ଠାରୁ ୧୮-୨୧, ୧୨-୨୧ ପିଭି ସିନ୍ଧୁ ପରାସ୍ତ ।
ତୀରନ୍ଦାଜୀ: ପ୍ରି କ୍ବାର୍ଟର ଫାଇନାଲରେ ଲଣ୍ଡନ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ତାକାହାରୁ ଫୁରୁକାୱାଙ୍କ ଠାରୁ ୪-୬ ସେଟ୍ରେ ହାରିଲେ ଅତନୁ ଦାସ ।
ଶୁଟିଂ (୫୦ ମିଟର ରାଇଫଲ ୩ପି ଇଭେଣ୍ଟ): ଉଭୟ ଅଞ୍ଜୁମ ମୌଦଗିଲ ଓ ତେଜସ୍ବିନୀ ସାୱନ୍ତ ଫାଇନାଲକୁ ଉତିର୍ଣ୍ଣ ହୋଇନାହାନ୍ତି । ଅଞ୍ଜୁମ ୧୧୬୭ ପଏଣ୍ଟ ସହ ୧୫ ତମ ସ୍ଥାନରେ ରହିଥିବା ବେଳେ ତେଜସ୍ବିନୀ ୧୧୫୪ ୩୩ତମ ସ୍ଥାନରେ ରହିଥିଲେ । ଶ୍ରେଷ୍ଠ ୮ ଶୁଟର ଫାଇନାଲକୁ ଉତିର୍ଣ୍ଣ ।
ବକ୍ସିଂ (ପୁରୁଷ ୫୨ କିଗ୍ରା ବର୍ଗ, ଦ୍ବିତୀୟ ପର୍ଯ୍ୟାୟ): ରିଓ ଅଲମ୍ପିକ ରୌପ୍ୟ ପଦକ ବିଜେତାଙ୍କ ଠାରୁ ଅମିତ ପଙ୍ଘାଲ ୧.୪ରେ ପରାସ୍ତ ।
ବକ୍ସିଂ (୭୫ କିଗ୍ରା ମହିଳା କ୍ବାର୍ଟର ଫାଇନାଲ): ପୂର୍ବତନ ବିଶ୍ବ ଚାମ୍ପିୟନ ଲି କିଆନ ଭାରତୀୟ ବକ୍ସର ପୂଜା ରାନୀଙ୍କୁ ୫.୦ରେ କଲେ ପରାସ୍ତ ।