ଟୋକିଓ:ଟୋକିଓ ଅଲମ୍ପିକ ଗେମ୍ସ ଡିସ୍ସ୍କସ ଥ୍ରୋ ଫାଇନାଲରେ ଫେଲ ମାରିଲେ ଭାରତର କମଲପ୍ରୀତ କୌର । ଫାଇନାଲ ରାଉଣ୍ଡରେ ନିଜର ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ପଦକ ହାସଲ କରିବା ଏହା ଯଥେଷ୍ଟ ନଥିଲା । ଫାଇନାଲ ରାଉଣ୍ଡରେ କମଲପ୍ରୀତ କୌର ୬୩. ୭୦ ମିଟର ଡିସ୍ସ୍କସ ଫୋପାଡ଼ି ଥିଲେ । ଯାହାଫଳରେ ସେ ୧୨ ଜଣଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିବାକୁ ହିଁ ସକ୍ଷମ ହୋଇ ପାରିଥିଲେ ।
ଗତ ଜୁନ ମାସରେ ଜାତୀୟ ରେକର୍ଡ ପ୍ରତିଯୋଗିତାରେ ୬୬.୫୯ ମିଟର ଡିସ୍ସ୍କସ ଫୋପାଡ଼ି ଟୋକିଓ ଟିକଟ ହାସଲ କରିଥିଲେ କମଲପ୍ରୀତ କୌର । ଏହାପରେ ସେ ଟୋକିଓ ଅଲମ୍ପିକ୍ସର ସେମିଫାଇନାଲରେ ମଧ୍ୟ ୬୪ ମିଟର ଡିସ୍ସ୍କସ ଫୋପାଡ଼ିଥିଲେ । ଯାହାଫଳରେ ସେ ଅଲମ୍ପିକ ଗେମ୍ସରେ ପଦକ ହାସଲ କରିବେ ବୋଲି ଆଶା କରାଯାଉଥିଲା । ତେବେ ଶତ ପ୍ରଚେଷ୍ଟା ସତ୍ତ୍ବେ ସେ ଏଥିରେ ଫେଲ ମାରିଛନ୍ତି ।