ଓଡିଶା

odisha

ETV Bharat / sports

ମ୍ୟାଚ ହାରିଛ ମନ ଜିତିଛ କହିଲେ ନବୀନ, ଧନ୍ୟବାଦ ଦେଲେ ମହିଳା ହକି ଟିମ୍ ଅଧିନାୟିକା - ଜାତୀୟ ମହିଳା ହକି ଦଳ ସହ କଥା ହେଲେ ନବୀନ

ଅଗଷ୍ଟ ୧୭ ତାରିଖ ଦିନ ମହିଳା ହକି ଟିମକୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଲମ୍ପିକ୍ ଗେମ୍ସରେ ଭାରତୀୟ ଦଳ ଗ୍ରେଟ ବ୍ରିଟେନଠାରୁ ୪-୩ ଗୋଲରେ ପରାଜିତ ହୋଇଛି ଦଳ । ଏହାକୁ ନେଇ ସେମାନଙ୍କୁ ସାନ୍ତ୍ବନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

cm naveen pattnaik invites national women hockey team after defeat from great britain in tokyo olympic games
ଜାତୀୟ ମହିଳା ହକି ଦଳକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ, ଓଡ଼ିଶା ସରକାରଙ୍କୁ ଅଧିନାୟିକାଙ୍କ ଧନ୍ୟବାଦ

By

Published : Aug 6, 2021, 4:20 PM IST

Updated : Aug 6, 2021, 5:00 PM IST

ଭୁବନେଶ୍ବର:ଭାରତୀୟ ମହିଳା ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆଗାମୀ ଅଗଷ୍ଟ ୧୭ ତାରିଖ ଦିନ ମହିଳା ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତୀୟ ଦଳ ଗ୍ରେଟ ବ୍ରିଟେନଠାରୁ ୪-୩ ଗୋଲରେ ପରାଜିତ ହୋଇଛି ଦଳ । ଫଳରେ ଜାତୀୟ ମହିଳା ଦଳ କାଂସ୍ୟ ପଦକ ହାସଲ କରିବାରୁ ବଞ୍ଚିତ ହୋଇଛି । ତେବେ ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ଦଳ ଟୋକିଓ ଅଲମ୍ପିକ୍ ଗେମ୍ସରେ ଶୀର୍ଷ ୪ଟି ଦଳରେ ସ୍ଥାନ ପାଇ ପାଇ ପାରିଛି ।

ମ୍ୟାଚ ହାରିଛ ମନ ଜିତିଛ କହିଲେ ନବୀନ, ଧନ୍ୟବାଦ ଦେଲେ ମହିଳା ହକି ଟିମ୍ ଅଧିନାୟିକା

ଏହାପରେ ଜାତୀୟ ମହିଳା ଦଳର ଅଧିନାୟିକା ତଥା ଦଳ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, "ଝିଅମାନେ ଆପଣମାନେ ଖୁବ ପରିଶ୍ରମ କରିଛନ୍ତି । ପଡ଼ିଆରେ ଚମତ୍କାର ଖେଳର ପ୍ରଦର୍ଶନ କରିଥିଲ । ମ୍ୟାଚ ନଜିତିଲେ ନାହିଁ ତୁମେମାନେ ଆମ ହୃଦୟ ଜିତିଛ । ଆପଣମାନଙ୍କୁ ବହୁତବହୁତ ଶୁଭେଚ୍ଛା । ଆମେ ଅଗଷ୍ଟ ୧୭ ତାରିଖ ଦିନ ଦେଖା ହେବା । ଓଡ଼ିଶା ସବୁବେଳେ ଆପଣଙ୍କୁ ସମର୍ଥନ କରି ଆସୁଥିବ ।"

ସେପଟେ ଜାତୀୟ ମହିଳା ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛି । ଏହାକୁ ନେଇ ମହିଳା ଦଳର ଅଧିନାୟକ ରାନୀ ରାମପାଲ କହିଛନ୍ତି ଯେ, "ଧନ୍ୟବାଦ ସାର୍, ଆମ ପୁରା ଦଳ ପକ୍ଷରୁ ଆପଣଙ୍କୁ ଧନ୍ୟବାଦ । ଓଡ଼ିଶା ସରକାର ଆମକୁ ଏହି ଯାତ୍ରା ବହୁ ସହାୟତା କରିଛି । ଓଡ଼ିଶା ବର୍ତ୍ତମାନ ଆମ ଦେଶରେ ଏକ କ୍ରୀଡ଼ାର ହବ୍ ହୋଇ ସାରିଛି । ଏତେ ବଡ଼ବଡ଼ କ୍ରୀଡ଼ା ଆପଣ ଆୟୋଜନ କରୁଛନ୍ତି । ଏହି ଯାତ୍ରା ଆପଣଙ୍କ ମଧ୍ୟ ବହୁତ ବଡ଼ ହାତ ରହିଛି । ଏଥିପାଇଁ ଆପଣଙ୍କୁ ପୁନଃ ଧନ୍ୟବାଦ।"

ଗ୍ରେଟ ବ୍ରିଟେନଠାରୁ ପରାଜିତ ହେବାପରେ ଭାରତୀୟ ମହିଳା ଦଳରେ ନିରାଶାର ମାହୋଲ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦଳ ସହ କଥା ହୋଇଥିଲେ । ଏହି ପରାଜୟକୁ ନେଇ ମନ ଛୋଟ ନକରିବାକୁ ଉଭୟ ମୋଦି ଓ ନବୀନ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2021, 5:00 PM IST

ABOUT THE AUTHOR

...view details