ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ଭାରତ ପକ୍ଷରୁ ସର୍ବାଧିକ ୫୪ ଜଣ ଖେଳାଳି ୯ଟି ଭିନ୍ନଭିନ୍ନ ଇଭେଣ୍ଟରେ ଭାଗ ନେବେ । ଏହାଦ୍ବାରା ପାରାଲମ୍ପିକ୍ସରେ ସର୍ବାଧିକ ଖେଳାଳି ଭାଗ ନେଇଥିବା ଦେଶ ହେବ ଭାରତ । ୯ଟି ଭିନ୍ନଭିନ୍ନ ଇଭେଣ୍ଟରେ ଏହି ଖେଳାଳିମାନେ ପୋଡିୟମ ଫିନିସ କରିବାକୁ ପ୍ରତିଦ୍ବନ୍ଦିତା କରିବେ । ଏହାକୁ ନେଇ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଟାର୍ଗେଟ ଅଲମ୍ପିକ୍ସ ପୋଡିୟମ ସ୍ପିମ୍ ମାଧ୍ୟମରେ ଏହି କ୍ରୀଡ଼ାବିତଙ୍କୁ ପ୍ରସ୍ତୁତ କରାଯାଇଛି । ଏହି କ୍ରୀଡ଼ା ମହାକୁମ୍ଭରେ ଭାରତର ଦୁଇ ମହିଳା ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ସୋନାଲବେନ ପଟେଲଙ୍କ ଉପରେ ସଭିଙ୍କ ନଜର ରହିଛି । ଦୁହେଁ ନିଜ ନିଜ ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ପଦକ ଦେବେ ବୋଲି ଆଶା କରାଯାଉଛି । ଟେବୁଲ ଟେନିସର ହ୍ବିଲ ଚେୟାର କାଟାଗୋରୀ-୪ରେ ଭାବିନା ପଟେଲ ରହିଥିବା ବେଳେ କାଟାଗୋରୀ-୩ରେ ରହିଛନ୍ତି ସୋନାଲବେନ ପଟେଲ ।
ଟୋକିଓ ପାରାଲମ୍ପିକ୍ସରେ ଓଡ଼ଶା ପ୍ରମୋଦ ଭଗତ ମଧ୍ୟ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାଗ ନେଇଥିବା ଏହି ଓଡ଼ିଆ ଖେଳାଳିଙ୍କ ଠାରୁ ମଧ୍ୟ ପଦକ ଆଶା କରୁଛନ୍ତି ରାଜ୍ୟବାସୀ । ଗତ ସିଜିନରେ ପ୍ରମୋଦ ଭଗତ ଭଲ ପ୍ରଦର୍ଶନ କରି ଅନେକ ପଦକ ହାସଲ କରିଛନ୍ତି ।
କେବଳ ଟେବୁଲ ଟେନିସ କାହିଁକି, ଟାଇକୋଣ୍ଡରେ ମଧ୍ୟ ଭାରତ ପକ୍ଷରୁ ଏକ ପଦକ ଆଶା କରାଯାଉଛି । ଭାରତ ପକ୍ଷରୁ ଜଣେ ମାତ୍ରା ପାଲାଲମ୍ପିଆନ ଅରୁଣା ତନୱାର ଏହି ଇଭେଣ୍ଟରେ ଭାଗ ନେବେ । ହରିୟାଣାର ଏହି ୨୧ ବର୍ଷୀୟା କ୍ରୀଡ଼ାବିତ ୪୯ କେଜି ବର୍ଗରେ K୪୪ କାଟାଗୋରୀରେ ପ୍ରତିଦ୍ବନ୍ଦିତା କରିବେ । ସେପ୍ଟେମ୍ବର ୨ ତାରିଖରୁ ରାଉଣ୍ଡ ୧୬ରୁ ଏହି ଇଭେଣ୍ଟ ଆରମ୍ଭ ହେବ ।