ଓଡିଶା

odisha

ETV Bharat / sports

Tokyo Olympics: 100 ବର୍ଷର ଅପେକ୍ଷାର ଅନ୍ତ କରିବେ ନୀରଜ ! - ଜାଭେଲିନ ଥ୍ରୋ

ଶନିବାର ଟୋକିଓ ଅଲମ୍ପିକ୍‌ରେ ସଭିଙ୍କ ନଜର୍‌ ନୀରଜ ଚୋପ୍ରାଙ୍କ ଉପରେ ରହିବ । ଯିଏ ଜାଭଲିନ ଥ୍ରୋ ଇଭେଣ୍ଟ ଯୋଗ୍ୟତା ପର୍ଯ୍ୟାୟରେ ୮୬.୫୯ ମିଟର ଜାଭେଲିନ ଫିଙ୍ଗି ତାଲିକା ଶୀର୍ଷରେ ରହିଥିଲେ । ଅଧିକ ପଢ଼ନ୍ତୁ...

All eyes on Neeraj Chopra, India's 100 years wait for medal in athletics, olympic medal in athletics, Neeraj Chopra, Javelin throw, ନୀରଜ ଚୋପ୍ରା, ଜାଭେଲିନ ଥ୍ରୋ, ଆଥଲେଟିକ୍ସ
Tokyo Olympics: 100 ବର୍ଷର ଅପେକ୍ଷାର ଅନ୍ତ କରିବେ କି ନୀରଜ !

By

Published : Aug 6, 2021, 10:04 PM IST

ଟୋକିଓ: Olympics ଆଥଲେଟିକ୍ସରେ ଗତ ୧୦୦ ବର୍ଷରେ ଭାରତର ପ୍ରଦର୍ଶନ ସେତେଟା ଆଖି ଦୃଶିଆ ହୋଇନାହିଁ । ତେବେ Tokyo Olympics ଜାଭେଲିନ ଥ୍ରୋ ଫାଇନାଲରେ ପହଁଞ୍ଚିଥିବା ଭାରତୀୟ ଆଥଲେଟ୍‌ ନୀରଜ ଚୋପ୍ରାଙ୍କ ଉପରେ ଏବେ ସଭିଙ୍କ ଆଖି ରହିଛି । ୧୦୦ ବର୍ଷ ଧରି ଭାରତ କରିଥିବା ପତୀକ୍ଷାର ଅନ୍ତ ନୀରଜ କରିବେ ବୋଲି ଶେଷ ଆଶା ରହିଛି । ତେଣୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ସଭିଙ୍କ ନଜର୍‌ ନୀରଜଙ୍କ ଉପରେ ରହିବ ।

ଜାଭଲିନ ଥ୍ରୋ ଇଭେଣ୍ଟ ଯୋଗ୍ୟତା ପର୍ଯ୍ୟାୟରେ ସମସ୍ତ ଆଥଲେଟଙ୍କୁ ପଛର ପକାଇ ପ୍ରଥମ ଆଟେମ୍ପ୍ଟରେ ହିଁ ୮୬.୫୯ ମିଟର ଜାଭେଲିନ ଫିଙ୍ଗି ତାଲିକା ଶୀର୍ଷରେ ରହିଥିଲେ ନୀରଜ ।

ବେଲଜିୟମର ଆଣ୍ଟରେପ ଠାରେ ଅନୁଷ୍ଠିତ ହୋଇଥିବା 1920 ଅଲିମ୍ପିକ୍ସରେ ପାଞ୍ଚ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଅଂଶ ଥିଲେ ତିନିଟି ଟ୍ରାକ ଏବଂ ଫିଲ୍ଡ ଆଥଲେଟ୍ , ଅନ୍ୟ ଦୁଇଜଣ କୁସ୍ତିଯୋଦ୍ଧା ଥିଲେ। ସେବେଠାରୁ କୌଣସି ଭାରତୀୟ ଆଥଲେଟିକ୍ସରେ ପଦକ ଜିତି ନାହାଁନ୍ତି ।

ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି 1900 ପ୍ୟାରିସ୍ ଅଲିମ୍ପିକ୍ସରେ ନରମାନ୍ ପ୍ରିଚାର୍ଡଙ୍କ 200 ମିଟର ଏବଂ 200 ମିଟର ହର୍ଡଲ୍ସର ରୌପ୍ୟ ପଦକକୁ ଭାରତର ବୋଲି ଦର୍ଶାଇଛି କିନ୍ତୁ ତତ୍କାଳୀନ IAAF (ବର୍ତ୍ତମାନର ବିଶ୍ବ ଆଥଲେଟିକ୍ସ) ର ରେକର୍ଡ ସମେତ ବିଭିନ୍ନ ଗବେଷଣା ଦର୍ଶାଇଛି ଯେ ସେ ଗ୍ରେଟ ବ୍ରିଟେନ ପାଇଁ ସେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

ହରିୟାଣାର ପାନିପତ ନିକଟ ଖାନ୍ଦ୍ରା ଗାଁର ଜଣେ କୃଷକଙ୍କ ପୁଅ ନୀରଜ ଚଳିତ ଥର ପଦକ ଜିତି ଇତିହାସ ସୃଷ୍ଟି କରିପାରିବେ, ଯାହା ୧୯୬୪ ରେ ସ୍ବର୍ଗତ ମିଲଖା ସିଂ ଏବଂ 1984 ସଂସ୍କରଣରେ ପି.ଟି ଉଷାଙ୍କ ପରି ଆଥଲେଟ୍‌ଙ୍କ ହାତରୁ ଅଳ୍ପକେ ଖସି ଯାଇଥିଲା ।

ବୁଧବାର ଯୋଗ୍ୟତା ପର୍ଯ୍ୟାୟ ପରେ ଚୋପ୍ରା କହିଛନ୍ତି ଯେ, ‘‘ମୁଁ ମୋର ପ୍ରଥମ ଅଲିମ୍ପିକ୍ ଖେଳୁଛି, ଏବଂ ମୁଁ ଖୁବ୍‌ ଖୁସି ଅନୁଭବ କରୁଛି। ୱାର୍ମ ଅପ୍ ରେ ମୋର ପ୍ରଦର୍ଶନ ଏତେ ଭଲ ନଥିଲା, କିନ୍ତୁ ତା’ପରେ (ଯୋଗ୍ୟତା ପର୍ଯ୍ୟାୟରେ) ମୋର ପ୍ରଥମ ଥ୍ରୋ ଭଲଥିଲା ଏବଂ ଏକ ସଠିକ୍‌ ଥ୍ରୋ ଥିଲା ।’’

ଏହି ବର୍ଷ ଚତୁର୍ଥ ଶ୍ରେଷ୍ଠ ଥ୍ରୋ (88.07m) ସହିତ ଅଲିମ୍ପିକ୍ସକୁ ଆସିଥିବା ଏହି ଯୁବ ଆଥଲେଟ କହିଛନ୍ତି ଯେ, “ମତେ ଥ୍ରୋ ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ଅଧିକ ସ୍କୋର ସହିତ ଏକ ଶ୍ରେଷ୍ଠ ପ୍ରଦର୍ଶନର ପୁନରାବୃତ୍ତି କରିବାକୁ ଚେଷ୍ଟା କରିବି ।’’

ଯୋଗ୍ୟତା ପର୍ଯ୍ୟାୟରେ ଚୋପ୍ରାଙ୍କ ପ୍ରଦର୍ଶନ ଅଲିମ୍ପିକ୍ସରେ ଜଣେ ଭାରତୀୟଙ୍କ ଦ୍ବାରା ହୋଇଥିବା ଶ୍ରେଷ୍ଠ ପ୍ରଦର୍ଶନ ଥିଲା, କାରଣ ସେ ଜର୍ମାନୀର ସ୍ବର୍ଣ୍ଣ ପଦକ ଦାବେଦାର ତଥା 2017 ବିଶ୍ବ ଚାମ୍ପିଅନ୍ ଜୋହାନ୍ସ ଭେଟରଙ୍କଠାରୁ ମଧ୍ୟ ଆଗରେ ରହିଥିଲେ।

ଭେଟର, ଯିଏ ପୂର୍ବରୁ କହିଥିଲେ ଯେ ଚୋପ୍ରା ତାଙ୍କୁ ଅଲିମ୍ପିକ୍ସରେ ପରାସ୍ତ କରିବା କଷ୍ଟକର ହେବ । ସେ ଯୋଗ୍ୟତା ପର୍ଯ୍ୟାୟରେ 85.64 ମିଟର ଫାଇନାଲ ଥ୍ରୋ ସହିତ ସ୍ବୟଂଚାଳିତ ଯୋଗ୍ୟତା ମାର୍କ ଅତିକ୍ରମ କରିବା ପୂର୍ବରୁ ପ୍ରଥମ ଦୁଇଟି ଥ୍ରୋ ରେ ବିଫଳ ହୋଇଯାଇଥିଲେ ।

ତେବେ ଶନିବାର ସାରା ଦେଶର ଆଖି ଆଉ ମନ ରହିବ ନୀରଜଙ୍କ ସାଥୀରେ । ୧୦୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ନୀରଜ ନିଶ୍ଚୟ ପଦକ ଆଣିବେ ବୋଲି ରହିଛି ସଭିଙ୍କର ଆଶା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details