ଓଡିଶା

odisha

ETV Bharat / sports

Tokyo Paralympics: ଉଦଘାଟନୀ ସମାରୋହରେ ପ୍ରଦର୍ଶିତ ହେବ ଆଫଗାନିସ୍ତାନ ଜାତୀୟ ପତାକା - ପରାଲମ୍ପିକ୍ସ ଉଦଘାଟନୀ ସମାରୋହରେ ଆଫଗାନ ପତାକା

ଦୁର୍ଭାଗ୍ୟବଶତଃ ଆଫଗାନିସ୍ତାନରେ ତାଲିବାନର କବଜା ଯୋଗୁଁ ଏହି ଦେଶର ପାରାଲମ୍ପିଆନମାନେ ଟୋକିଓ ପାରାଲମ୍ପିକ୍ସରେ ଯୋଗ ଦେଇ ପାରିବେ ନାହିଁ । ଆଫଗାନିସ୍ତାନ ସମର୍ଥନରେ ପାରାଲମ୍ପିକ୍ସର ଉଦଘାଟନୀ ସମାରୋହରେ ଆଫଗାନିସ୍ତାନ ଜାତୀୟ ପତାକା ପ୍ରଦର୍ଶନ କରାଯିବ । ଅଧିକ ପଢ଼ନ୍ତୁ...

Tokyo Paralympics: ଉଦଘାଟନୀ ସମାରୋହରେ ପ୍ରଦର୍ଶିତ ହେବ ଆଫଗାନିସ୍ତାନ ଜାତୀୟ ପତାକା
Tokyo Paralympics: ଉଦଘାଟନୀ ସମାରୋହରେ ପ୍ରଦର୍ଶିତ ହେବ ଆଫଗାନିସ୍ତାନ ଜାତୀୟ ପତାକା

By

Published : Aug 23, 2021, 8:13 PM IST

ଟୋକିଓ: ଅଗଷ୍ଟ ୨୪ ତାରିଖରେ ଆୟୋଜିତ ହେବ ଟୋକିଓ ପାରାଲମ୍ପିକ୍ସର ଉଦଘାଟନୀ ସମାରୋହ । ଦୁର୍ଭାଗ୍ୟବଶତଃ ଆଫଗାନିସ୍ତାନରେ ତାଲିବାନର କବଜା ଯୋଗୁଁ ଏହି ଦେଶର ପାରାଲମ୍ପିଆନ ଏହି କ୍ରୀଡ଼ାମହାକୁମ୍ଭରେ ଭାଗ ନେଇ ପାରିବେ ନାହିଁ । ଗତ ଏକ ସପ୍ତାହ ହେଲା ଆଫଗାନିସ୍ତାନକୁ ତାଲିବାନ କବଜା କରିବା ସହ ନୀରିହ ସାଧରଣ ଜନତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଛନ୍ତି । ଆଫଗାନବାସୀ ନିଜ ଦେଶ ଅନ୍ୟ ଦେଶର ଶରଣ ନେଉଛନ୍ତି ।

ଏଭଳି ସ୍ଥିତିରେ ଆଫଗାନିସ୍ତାନ ଲୋକଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ପାରାଲମ୍ପିକ୍ସ କମିଟି । ଏହି ପରିପ୍ରେକ୍ଷୀରେ ଟୋକିଓ ପାରଲମ୍ପିକ୍ସର ଉଦଘାଟନୀ ସମାରୋହରେ ଆଫଗାନିସ୍ତାନ ଜାତୀୟ ପତାକା ପ୍ରଦର୍ଶନ କରାଯିବ । ଏହାକୁ ନେଇ ଅନ୍ତର୍ଜାତୀୟ ପାରାଲମ୍ପିକ୍ସ କମିଟିର ସଭାପତି ଆଣ୍ଡ୍ର୍ୟୁ ପାରସନ୍ସ ସୋମବାର ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ପାରାଲମ୍ପିକ୍ସରେ ଆଫଗାନିସ୍ତାନ ପକ୍ଷରୁ ଦୁଇଜଣ ପାରାଲମ୍ପିଆନ ଭାଗ ନେବାକୁ ଥିଲେ । ଟାଇକୋଣ୍ଡର ଇଭେଣ୍ଟର ମହିଳା ବିଭାଗରେ ଜାକିଆ ଖୁଦାଦାଦି ଓ ଡିସକସ୍ ଥ୍ରୋ' ଇଭେଣ୍ଟର ପୁରୁଷ ବିଭାଗରେ ହୋସେନ ରସୌଲି ଏହି ପାରାଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ । ଏକ ସପ୍ତାହ ପୂର୍ବରୁ ଦୁଇ କ୍ରୀଡ଼ାବିତ ଟୋକିଓରେ ପହଞ୍ଚି ବାୟୋବବଲରେ ରହିବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ତାପୂର୍ବରୁ ତାଲିବାନ ଆତଙ୍କୀ ସଂଗଠନ ଆଫଗାନିସ୍ତାନ ଉପରେ ନିଜର କାୟା ବିସ୍ତାର କରିସାରିଥିଲା । ଯାହାଫଳରେ ନାନା କଟକଣା ଯୋଗୁଁ ଦୁଇ ଆଥଲେଟ ଟୋକିଓକୁ ଆସି ପାରିନଥିଲେ ।

ଟୋକିଓ ପାରାଲମ୍ପିକ୍ସରେ ୧୬୨ଟି ଦେଶର ପ୍ରାୟ ୪୪୦୦ କ୍ରୀଡ଼ାବିତ ଭାଗ ନେବେ । ଏଥିରେ ଶରଣାର୍ଥୀ ଆଥଲେଟ ମଧ୍ୟ ସାମିଲ ରହିଛନ୍ତି । ଶରଣାର୍ଥୀ ପାରାଲମ୍ପିଆନମାନେ ଆଫଗାନିସ୍ତାନର ଧ୍ବଜାବାହକ ସାଜିବେ । ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୫ ତାରିଖରେ ଶେଷ ହେବ । କୋରୋନା ସଂକ୍ରମଣ ମଧ୍ୟରେ ଏହି ପ୍ରତିଯୋଗିତାକୁ ଅତି ସତର୍କତାର ସହ ଆୟୋଜନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details